Cricket

ହାଇଭୋଲଟେଜ ମ୍ୟାଚରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟକ୍କର

ନୂଆଦିଲ୍ଲୀ: ଟସ ଜିତି ବୋଲିଙ୍ଗ କରିବ ଭାରି ତ । ଚଳିତ ବିଶ୍ବକପ୍ ମହାସମରର ମୋଷ୍ଟ ହାଇଭୋଲଟେଜ ମ୍ୟାଚରେ ପରସ୍ପରକୁ ଟକ୍କର ଦେବେ ଭାରତ ଓ ନ୍ୟୁଜିଲାଣ୍ଡ । ଉଭୟ ଦଳ ନିଜ ନିଜର ସମସ୍ତ ୪ଟି ଲେଖାଏଁ ମ୍ୟାଚ ଜିତିଛନ୍ତି । ଉଭୟ ଦଳ ଟପ୍ ଫର୍ମରେ ଅଛନ୍ତି ।
ବିଶ୍ବକପ୍ ଇତିହାସକୁ ଦେଖିଲେ ନ୍ୟୁଜିଲାଣ୍ଡର ପଲା ଭାରି ଲାଗୁଛି । ବିଗତ ୧୨ ସଂସ୍କରଣରେ ଉଭୟ ୯ ଥର ମୁହାଁମୁହିଁ ହୋଇଥଇବା ବେଳେ ୫ ଥର ନ୍ୟୁଜିଲାଣ୍ଡ ବାଜି ମାରିଛି । ଭାରତ ମାତ୍ର ୩ ଥର ବାଜି ଥିବା ବେଳେ ଗୋଟିଏ ମ୍ୟାଚ ବାତିଲ ହୋଇଥିଲା । ଶେଷ ଥର ୨୦୧୯ ବିଶ୍ବକପ୍ ସେମି ଫାଇନାଲରେ ଭାରତକୁ ହରାଇ ବାହାରର ବାଟ ଦେଖାଇଥିଲା ନ୍ୟୁଜିଲାଣ୍ଡ ।
ଚଳିତ ବିଶ୍ବକପରେ ଉଭୟ ଦଳ ଅପରାଜିତ ରହିଛନ୍ତି । ଏଯାଏଁ କେହି ବି ଗୋଟିଏ ବି ମ୍ୟାଚ ହାରିନାହାନ୍ତି । ଉଭୟ ଦଳର ପ୍ରଦର୍ଶନ ବେଶ ଦମଦାର ଥିବା ବେଳେ ଆଜିର ମ୍ୟାଚ ବେଶ ରୋମାଞ୍ଚକ ହେବାକୁ ଯାଉଛି ।

Related posts

ପାକିସ୍ତାନ ସହ ଭାରତ ଖେଳିବ କି ନାହିଁ ତାହା ସ୍ପଷ୍ଟ ଜଣାପଡ଼ିନାହିଁ

Odisha Sports Bureau

ଆଇପିଏଲରୁ ବାଦ ପଡିଲେ ଷ୍ଟାର ବୋଲର ପ୍ୟାଟ କୁମିନ୍ସ

ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ଆଣ୍ଡ୍ରେ ରସେଲ୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି