Uncategorized

ଚୀନରେ ଏସିଆନ୍ ପାରା ଗେମ୍ସ ଆରମ୍ଭ

ଏସିଆନ୍ ପାରା ଗେମ୍ସ ଆଜିଠୁ ଚୀନରେ ଆରମ୍ଭ ହେବ । ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ଏସିଆନ ପାରା ଗେମ୍ସ । ଭାରତରୁ ମୋଟ ୩୦୯ ଜଣ ଆଥଲେଟ ଏଥିରେ ଭାଗ ନେଉଛନ୍ତି । ୧୯୬ ଜଣ ପୁରୁଷ ୧୧୩ ମହିଳା ଆଥଲେଟ ଏଥିରେ ଭାଗ ନେଇଛନ୍ତି । ଓଡ଼ିଶାରୁ ୭ ଜଣ ଭାଗ ନେଉଛନ୍ତି । ସେମାନେ ହେଲେ ପ୍ରମୋଦ ଭଗତ, ଜୟନ୍ତୀ ବେହେରା, ସୌନ୍ଦର୍ଯ୍ୟ କୁମାର ପ୍ରଧାନ, ରଖାଲ କୁମାର ସେଠୀ, ଭି. ରମେଶ ରାଓ, ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ ଏବଂ ପୂଜାସ୍ବିନୀ ନାୟକ । ସେମାନେ ଏସିଆନ ପାରା ଗେମ୍ସକୁ ମନୋନୀତ ହେବା ପାଇଁ କଠିନ ପରିଶ୍ରମ କରିଛନ୍ତି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସିଆନ ପାରା ଗେମ୍ସର ଆଥଲେଟଙ୍କ ପାଇଁ ଶୁକ୍ରବାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ୭ ଜଣ ଓଡ଼ିଆ ପାରା ଆଥଲେଟଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରାଯାଇଛି । ସେଠାରେ ସଫଳତା ପାଇଁ ପାରା ଆଥଲେଟଙ୍କୁ ମୁଖ୍ୟମନ୍ତ୍ରୀ ଶୁଭକାମନା ଜଣାଇଛନ୍ତି । ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଏସିଆନ ପାରା ଗେମ୍ସ-୨୦୨୨ ପାଇଁ ଯୋଗ୍ୟତା ଅର୍ଜନ ସକାଶେ ଅକ୍ଳାନ୍ତ ପରିଶ୍ରମ କରିଥିବା ଆମ ପାରା ଆଥଲେଟଙ୍କ ପାଇଁ ଆମେ ଗର୍ବିତ । ଆମ ଖେଳାଳି ଏସିଆନ ଗେମ୍ସରେ ଭଲ ପ୍ରଦର୍ଶନ କରିବା ନେଇ ଆଶା ରଖିଛି ।’

Related posts

ପାକିସ୍ତାନର ପ୍ରଦର୍ଶନ ନୈରାଶ୍ୟଜନକ ଭାବେ ଆରମ୍ଭ ହୋଇଛି

Odisha Sports Bureau

ମହିଳା ଦିନିକିଆ ବିଶ୍ୱକପ୍‌ ଲାଗି ଭାରତୀୟ ଦଳ ଘୋଷିତ ହୋଇଛି

Odisha Sports Bureau

ମ୍ୟାଚରେ ବାଧକ ସାଜିପାରେ ବର୍ଷା

Odisha Sports Bureau