Cricket

ବିଶ୍ୱକପରୁ ବାଦ ପରେ ଭାବୁକ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା , ସୋସିଆଲ ମିଡିଆରେ କଲେ ପୋଷ୍ଟ

ବିଶ୍ୱକପରୁ ବାଦ ପଡିଛନ୍ତି ହାର୍ଦ୍ଦିକ । ହାର୍ଦ୍ଦିକଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣାକୁ ସ୍ଥାନ ମିଳିଛି । ବିଶ୍ୱକପରୁ ବାହାରିବା ପରେ ଭାବବିହ୍ୱଳ ହୋଇପଡିଛନ୍ତି ହାର୍ଦ୍ଦିକ । ଏ ନେଇ ଏକ୍ସ(ଟ୍ଵିଟର)ରେ ନିଜର ପୋଷ୍ଟ କରିଛନ୍ତି ।

ବିଶ୍ୱକପରୁ ଆଉଟ ହେବା ପରେ ହାର୍ଦ୍ଦିକ ଲେଖିଛନ୍ତି, ବିଶ୍ୱକପ ପାଇଁ ବାକି ମ୍ୟାଚରୁ ବାଦ୍‌ ପଡିବା ହଜମ କରିବା ସହଜ ନୁହେଁ । କିନ୍ତୁ ମୋ ମନ ପ୍ରତି ମ୍ୟାଚରେ ପ୍ରତି ବଲ୍‌ରେ ଟିମ୍‌କୁ ଚିୟର କରିବ । ଆପଣଙ୍କ ପ୍ରାର୍ଥନା, ଭଲପାଇବା ଏବଂ ସମର୍ଥନ ପାଇଁ ଧନ୍ୟବାଦ । ଟିମ୍‌ ବହୁତ ଖାସ୍‌ ଆଉ ମୋର ବିଶ୍ୱାସ ଆମେ ସମସ୍ତଙ୍କୁ ଗୌରାବାନ୍ଵିତ କରିବୁ ।

ବାଂଲାଦେଶ ବିପକ୍ଷ ମ୍ୟାଚ ଖେଳିବା ବେଳେ ହାର୍ଦ୍ଦିକ ୩ଟି ବଲ୍‌ ପକାଇ ଆହତ ହୋଇଥିଲେ । ହାର୍ଦ୍ଦିକ ବାମ ଗୋଡରେ ବଲ୍‌କୁ ରୋକିବାକୁ ଚେଷ୍ଟା କରୁଥିବା ବେଳେ ମୋଡି ହୋଇଯାଇଥିଲା । ଏହି ମ୍ୟାଚରେ ହାର୍ଦ୍ଦିକଙ୍କ ବାକି ୩ଟି ବଲ ବିରାଟ କୋହଲି ବୋଲିଂ କରିଥିଲେ । ଏହାପରେ ହାର୍ଦ୍ଦିକ ବାକି ମ୍ୟାଚ ଖେଳିନଥିଲେ ଏବଂ ବେଙ୍ଗାଲୁରୁ ନ୍ୟାସନାଲ କ୍ରିକେଟ ଏକାଡେମୀ ରିହାବରେ ରହୁଥିଲେ ।

Related posts

ରସ ଟେଲର ଦେଶର ସର୍ବାଧିକ ରନ୍ ସ୍କୋରର

Odisha Sports Bureau

ଆଉଟ୍ ଥିଲେ କେଏଲ୍ ରାହୁଲ, ଅମ୍ପାୟାର ଦେଲେ ଜୀବନଦାନ! ଆଫଗାନିସ୍ତାନର ଏକ ବଡ଼ ଭୁଲ

ବିଦର୍ଭକୁ ହରାଇବାକୁ ଓଡ଼ିଶା ସମ୍ମୁଖରେ ୩୪୫ ରନ୍‌ର କଷ୍ଟସାଧ୍ୟ ଲକ୍ଷ୍ୟ

Odisha Sports Bureau