Cricket

ନିଜକୁ ଜନ୍ମ ଦିନର ଭେଟି : ୪୯ତମ ଦିନିକିଆ ଶତକ ହାସଲ କରି ସଚିନଙ୍କ ସମକକ୍ଷ ହେଲେ ବିରାଟ କୋହଲି

କୋଲକାତା: କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ପ୍ରଥମ କରି ମୁହାଁମୁହିଁ ହୋଇଥିଲେ  ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଦୁଇ ଶକ୍ତିଶାଳୀ ଟିମ୍ ଭାରତ ଏବଂ ଦକ୍ଷିଣ ଆଫ୍ରିକା । ଗତକାଲି ଇଡେନ ଗାର୍ଡେନରେ  ବିରାଟଙ୍କ ‘ବିରାଟ’ ଇନିଂସ ଦେଖିବାକୁ ମିଳିଛି। ଦିନିକିଆରେ ଶତକ ହାସଲ କରିବାରେ ସଚିନଙ୍କ ସହ ସମକକ୍ଷ ହୋଇଛନ୍ତି ବିରାଟ କୋହଲି। ଦିନିକିଆରେ ହାସଲ କରିଛନ୍ତି ୪୯ ତମ ଶତକ। ନିଜର ଜନ୍ମଦିନରେ କୋଟି କୋଟି କ୍ରିକେଟପ୍ରେମୀଙ୍କ ଏକ ସ୍ମରଣୀୟ ଶତକ ଉପହାର ଦେଇଛନ୍ତି ବିରାଟ କୋହଲି ।   ଆସନ୍ତା ମ୍ୟାଚରେ  ଯଦି ଶତକ ହାସଲ କରନ୍ତି ତେବେ ସେ ସଚିନଙ୍କ ରେକର୍ଡ ଭାଙ୍ଗି ହେବେ ବିଶ୍ୱର ନମ୍ବର ୱାନ ସର୍ବାଧିକ ଦିନିକିଆ ଶତକ ହାସଲକାରୀ ବ୍ୟାଟର।

ଏଥିସହ ସଚିନ ତେନ୍ଦୁଲକର ମଧ୍ୟ ବିରାଟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କର ୪୯ ତନ ଶତକ ସହ ଆଜି ବିରାଟ ସମକକ୍ଷ ହୋଇଛନ୍ତି। ଏହି ରେକର୍ଡ ଖୁବ ଶୀଘ୍ର ବିରାଟ ଭାଙ୍ଗି ୫୦ତମ ଶତକ ହାସଲ କରିବେ ବୋଲି ସଚିନ କହିଛନ୍ତି।ଆଜି କୋଲକାତାର ଇଡେନ ଗାର୍ଡେନରେ  ଭାରତ ତାର ଅଷ୍ଟମ ମ୍ୟାଚ୍ ଖେଳିଥିଲା। ଏହି ମ୍ୟାଚରେ  ବିରାଟ ଅନ୍ତର୍ଜାତୀୟ ଦିନିକିଆରେ ୪୯ତମ ଶତକ ହାସଲ କରି ସଚିନଙ୍କ ରେକର୍ଡ ସମକକ୍ଷ ହୋଇଛନ୍ତି। ଏଥିସହିତ ସେ ସଚିନ, ରୋହିତଙ୍କ ପରେ ତୃତୀୟ ଭାରତୀୟ ବ୍ୟାଟର ଭାବେ ଗୋଟିଏ ବିଶ୍ୱକପ୍ ସଂସ୍କରଣରେ ୫୦୦ ରନ୍ ପାର୍ କରିଛନ୍ତି।

Related posts

ଇଂଲଣ୍ଡଠୁ ହାରିବା ପରେ କାନ୍ଦିଲେ ରୋହିତ ଶର୍ମା

Odisha Sports Bureau

ବର୍ମିଂହାମ ଟେଷ୍ଟରେ ରବିନ୍ଦ୍ର ଜାଡେଜାଙ୍କ ଶତକ

ଆସିଲା ଆଇପିଏଲ ସୂଚୀ : ମାର୍ଚ୍ଚ ୧୪ରୁ ଆରମ୍ଭ ହେବ ଆଇପିଏଲ ୨୦୨୫

Odisha Sports Bureau