Cricket

ଭାରତ ଅଷ୍ଟ୍ରେଲିଆ ଚତୁର୍ଥ ଦିନିକିଆ, ସିରିଜ ବରାବର ଲକ୍ଷ୍ୟରେ ଭାରତ

(ଓଡିଶା ସ୍ପୋର୍ଟ): ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ଚତୁର୍ଥ ଦିନିକିଆ ମ୍ୟାଚ ମୋହାଲିଠାରେ ଖେଳାଯିବ। ତୃତୀୟ ଦିନିକିଆରେ ୩୨ ରନରେ ହାରିବା ସତ୍ତ୍ୱେ ଟିମ ଇଣ୍ଡିଆ ସିରିଜରେ ୨-୧ରେ ଆଗୁଆ ରହିଛି । ଏଭଳି ସ୍ଥିତିରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ ପାଖରେ ସିରିଜ ଜିତିବା ପାଇଁ ପୁଣିଥରେ ସୁଯୋଗ ରହିଛି। ତେବେ ଆଜି କଙ୍ଗାରୁ ଦଳ ସିରିଜ ବରାବର କରିବା ଲକ୍ଷ୍ୟରେ ମଇଦାନକୁ ଆସିବେ।

ସିରିଜର ଚତୁର୍ଥ ମ୍ୟାଚ ଦିନ ୧.୩୦ ସମୟରେ ଆଈଏସ୍ ବିନ୍ଦ୍ରା ଷ୍ଟାଡିୟମରେ ଖେଲାଯିବାକୁ ଥିବା ବେଳେ ଟିମ ଇଣ୍ଡିଆ ଭାରତ ବଡ ପରିବର୍ତ୍ତନ କରିପାରେ ବୋଲି ସୂଚନା ମିଳିଛି । ଭାରତର ସବୁଠାରୁ ମୁଣ୍ଡବ୍ୟଥାର କାରଣ ସାଜିଛି ଓପନିଂ । ଭାରତର ଓପନର ଫର୍ମରେ ନଥିବା ବେଳେ ଫିଞ୍ଚ ଓ ଖ୍ୱାଜା ରାଞ୍ଚିରେ ଦମଦାର ବ୍ୟାଟିଂ କରିଥିଲେ । ତେଣୁ ଉଭୟ ଦଳର ଓପନିଂ ପାଇଁ ଏବେ ଭାରତ ଚିନ୍ତିତ । ତେବେ ବିରାଟଙ୍କ ଦମଦାର ଫର୍ମ ଭାରତକୁ ଶକ୍ତିଶାଳୀ କରିବ ।

ଭାରତ ପାଇଁ ରାଇଡ଼ୁଙ୍କ ଖରାପ ଫର୍ମ ଆଉ ଏକ ବଡ ଚିନ୍ତା, ତେବେ ତାଙ୍କ ସ୍ଥାନରେ କେ ଏଲ ରାହୁଲଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇପାରେ । ଶେଷ ଦୁଇଟି ଦିନିକିଆରୁ ଧୋନିଙ୍କୁ ବିଶ୍ରାମ ଦିଆଯାଇଥିବାରୁ ତାଙ୍କ ଜାଗାରେ ରିଷଭ ପନ୍ତ ମୋହାଲି ଦିନିକିଆରେ ୱିକେଟରକ୍ଷକ ଭାବରେ ଖେଳିବେ ।

Related posts

ଶ୍ରେୟସ ଆୟର ଅଧିନାୟକ: ପଡିଆକୁ ଫେରିବା ମାତ୍ରେ ଦଳର କମାଣ୍ଡ ପାଇଲେ

Odisha Sports Bureau

ଆଜି ଭାରତ – ବାଂଲାଦେଶ ମଧ୍ୟରେ କଡା ଟକ୍କର

ବିସିସିଆଇ ପରେ ଆଇସିସି ସହ କଥା ହେବୁ- ବାଂଲାଦେଶ କ୍ରିକେଟ ବୋର୍ଡ

Odisha Sports Bureau