Cricket

ଭାରତ ଓ ଇଂଲଣ୍ଡ ଦ୍ୱିତୀୟ ଟି ୨୦: ମ୍ୟାଚ୍‌ରେ ବିଜୟ ସହ ସିରିଜ ହାତେଇବା ଲକ୍ଷ୍ୟରେ ଭାରତୀୟଦଳ

ବର୍ମିଂହାମ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟି ୨୦ ଶନିବାର ବର୍ମିଂହାମ ଠାରେ ଖେଳାଯିବ ।ପ୍ରଥମ ମ୍ୟାଚ୍‌ରେ ଭାରତ ୫୦ ରନ୍‌ରେ ବିଶାଳ ବିଜୟ ହାସଲ କରିଥିଲା । ଆଜିର ମ୍ୟାଚ୍‌ରେ ବି ବିଜୟ ସହ ସିରିଜ ନିଶ୍ଚିତ କରିବାକୁ ଦଳ ଲକ୍ଷ୍ୟ ରଖିଛି । ପ୍ରଥମ ଟି୨୦ରୁ ବିଶ୍ରାମ ପରେ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏହି ମ୍ୟାଚରେ ଖେଳିବେ । ଦୀର୍ଘ ଦିନ ଧରି ଫର୍ମ ସହ ସଂଘର୍ଷ କରୁଥିବା କୋହଲିଙ୍କ ଉପରେ ଚାପ ରହିବ । ଏକ ବଡ଼ ଇନିଂସ୍ ସହ ବିଫଳତା ଧାରା ଭାଙ୍ଗିବା ଲକ୍ଷ୍ୟରେ ରହିବେ କୋହଲି ।ଅନ୍ୟପକ୍ଷେ ଜୋସ ବଟଲରଙ୍କ ଇଂଲଣ୍ଡ ଦଳ ଲଢୁଆ ଖେଳ ପ୍ରଦର୍ଶନ କରି ସିରିଜକୁ ଫେରିବାକୁ ଯୋଜନା ପ୍ରସ୍ତୁତ କରୁଛି ।

ତେବେ ପ୍ରଥମ ମ୍ୟାଚ୍‌ରେ ଭାରତ ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା । ଭାରତୀୟ ଦଳର ବିଜୟ ପଛରେ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେହିଭଳି ପ୍ରଥମ ମ୍ୟାଚ୍‌ରୁ ବିଶ୍ରାମ ନେଇଥିବା ବିରାଟ କୋହଲି, ରିଷଭ ପନ୍ତ, ଶ୍ରେୟାସ ଆୟର, ରବିନ୍ଦ୍ର ଜାଡେଜା ଓ ଜଶପ୍ରୀତ ବୁମରା ଭଳି ସିନିୟର ଖେଳାଳି ଦଳକୁ ଫେରିଛନ୍ତି ।କୋଭିଡ୍ ସଂକ୍ରମିତ ହେବା ପରେ ପ୍ରଥମ ଟି୨୦ରୁ ଅଧିନାୟକ ରୋହିତ ଫେରିଥିଲେ ଏବଂ ତାଙ୍କ ନେତୃତ୍ୱରେ ଦଳ ଅଲରାଉଣ୍ଡ ପ୍ରଦର୍ଶନ ସହ ଚମତ୍କାର ବିଜୟ ହାସଲ କରିଥିଲା । ବ୍ୟାଟ୍ସମ୍ୟାନ୍ ଆଶାନୁରୂପ ପ୍ରଦର୍ଶନ କରିଥିବା ବେଳେ ଦ୍ରୁତ ବୋଲର ମଧ୍ୟ ଇଂଲଣ୍ଡର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍ ଅପକୁ ରୋକିବାରେ ସଫଳ ହୋଇଥିଲେ ।

ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, ରିଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ/ଦୀପକ ହୁଡ଼ା/ଶ୍ରେୟାସ ଆୟର,ଇଶାନ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ହର୍ଷଲ ପଟେଲ, ଭୁବନେଶ୍ୱର କୁମାର, ୟୁଝବେନ୍ଦ୍ର ଚହଲ, ଜଶପ୍ରୀତ ବୁମରା ।

ଇଂଲଣ୍ଡ ଦଳ: ଜୋସ ବଟଲର(ଅଧିନାୟକ), ଜାସନ ରୟ, ଦାୱିଦ ମଲାନ, ମୋଇନ ଅଲି, ଲାଏମ ଲିଭିଂଷ୍ଟୋନ, ହ୍ୟାରୀ ବ୍ରୁକ, ସାମ କୁରାନ, କ୍ରିସ ଜୋର୍ଡାନ, ଡେଭିଡ୍‌ ୱିଲି, ରିଚାର୍ଡ ଗ୍ଲିସନ, ମାଟ ପାର୍କିନସନ ।

Related posts

IPL ନିଲାମରେ ବିକ୍ରି ନ ହେବା ପରେ ଧନ୍ୟବାଦ ଜଣାଇଲେ, ଏବେ ଓପନିଂରେ ରେକର୍ଡ ସ୍ଥାପନ କଲେ

Odisha Sports Bureau

ICC ରାଙ୍କିଙ୍ଗରେ ପୁଣି ଚମକିଲେ ଦୀପ୍ତି ଶର୍ମା, ଶୀର୍ଷରେ ବଜାୟ, ଏହି ଭାରତୀୟ ଖେଳାଳିମାନେ ମଧ୍ୟ ଡେଇଁଲେ

Odisha Sports Bureau

ଆଜିଠୁ ଏସିଆ କପ୍ ଲଢ଼େଇ | ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ପାକିସ୍ତାନ ଓ ନେପାଳ

Odisha Sports Bureau