Cricket

ସେମିଫାଇନାଲରେ ଭାରତ ସହ କିଏ ଖେଳିବ ? ନ୍ୟୁଜିଲାଣ୍ଡ ନା ପାକିସ୍ତାନ

ବିଶ୍ବକପ୍ ସେମିଫାଇନାଲରେ ଭାରତ ସହ କିଏ ଖେଳିବ ? ନ୍ୟୁଜିଲାଣ୍ଡ ନା ପାକିସ୍ତାନ । ଆସନ୍ତା ୧୫ ତାରିଖରେ ଖେଳାଯିବ ପ୍ରଥମ ସେମିଫାଇନାଲ ମ୍ୟାଚ୍ । ଏହି ଦିନ ଭାରତ ସହ କେଉଁ ଟିମ୍ ଖେଳିବ, ତାହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କୁହାଯାଉଛି  ବୁଧବାର ମୁମ୍ବାଇରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ଖେଳାଯିବା ସମ୍ଭାବନା ଅଧିକ।

ନ୍ୟୁଜିଲାଣ୍ଡ ୧୦ ପଏଣ୍ଟ ସହ ଟେବୁଲର ୪ ନମ୍ବର ସ୍ଥାନରେ ରହିଛି ।  ଏହି ସବୁ ଭିତରେ  ପାକିସ୍ତାନ ପାଖରେ ସେମିଫାଇନାଲ ଖେଳିବା ସୁଯୋଗ ରହିଛି । ପାକିସ୍ତାନକୁ ସେମି ରାସ୍ତା ପକ୍କା କରିବାକୁ ହେଲେ ଆଜି ମ୍ୟାଚରେ   ଇଂଲଣ୍ଡକୁ ବଡ଼ ବ୍ୟବଧାନରେ ହରାଇବାକୁ ପଡ଼ିବ ।

ଯଦି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରେ ତେବେ ୨୮୭ ରନର ବଡ଼ ମାର୍ଜିନରେ ଇଂଲଣ୍ଡକୁ ହରାଇବାକୁ ପଡ଼ିବ । ପାକିସ୍ତାନ ପ୍ରଥମେ ବୋଲିଂ କଲେ ୨୮୪ ବଲ୍ ବାକି ଥାଇ ମ୍ୟାଚ୍ ଜିତିବାକୁ ହେବ । ଯାହା ପାକିସ୍ତାନ ପାଇଁ ସମ୍ଭବପର ନୁହେଁ । ଅନ୍ୟତମ ଦାବିଦାର ଆଫଗାନିସ୍ତାନ ମଧ୍ୟ ଏକପ୍ରକାର ସେମିଫାଇନାଲରୁ ବାହାର ହୋଇଯାଇଛି । ସେହି ଦୃଷ୍ଟିରୁ  ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ଖେଳାଯିବ । ଦ୍ବିତୀୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା- ଅଷ୍ଟ୍ରେଲିଆ ଲଢେଇ ହେବ ବୋଲି ଅନୁମାନ କରାଯାଉଛି ।

Related posts

କେବେ ହେବ IPL 2026, ଏହି କାରଣରୁ ହେଉନି ଶେଡ୍ୟୁଲ୍ ଘୋଷଣା

Odisha Sports Bureau

ମାର୍ଚ୍ଚ ୨୬ରୁ ପାକିସ୍ତାନ ସୁପର ଲିଗ

Odisha Sports Bureau

୭୦ବର୍ଷ ପରେ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ବିଜୟୀ

Odisha Sports Bureau