Cricket

ସମସ୍ତ ୱିକେଟ୍ ପୋଛିନେଲେ ଶ୍ରୀଲଙ୍କାର ବୋଲର ପୁଷ୍ପ କୁମାରା

(ଓଡିଶା ସ୍ପୋର୍ଟ): ଗୋଟିଏ ଇନିଂସ୍ ୧୦ରୁ ୧୦ ୱିକେଟ୍ ପୁଣି ଜଣେ ବୋଲରଙ୍କୁ ହିଁ ମିଳିଛି। ଏଭଳି ଏକ ମ୍ୟାଚ୍ ଦେଖିବାକୁ ମିଳିଛି ଶ୍ରୀଲଙ୍କାର ଜଣେ ବୋଲରଙ୍କ କ୍ଷେତ୍ରରେ। ପୁଷ୍ପ କୁମାରା ନାମକ ଏହି ବୋଲର ତାଙ୍କ ଦଳ କଲୋମ୍ବୋ କ୍ରିକେଟ୍ କ୍ଲବ୍ ପାଇଁ ଏବଂ ବିପକ୍ଷ ଦଳ ସାରାକେନ୍ସ ସ୍ପୋର୍ଟସ୍ କ୍ଲବ୍ ବିରୋଧରେ ଏହି ରେକର୍ଡ କରିଛନ୍ତି।
ସେ ୧୮.୪ ଓଭରରେ ଏହି ସଫଳତା ହାସଲ କରିଥିଲେ, ଯାହାଫଳରେ ବିପକ୍ଷ ଦଳ ମାତ୍ର ୧୧୩ ରନ୍ରେ ସୀମିତ ରହିଥିଲା। ୧୦ଟି ୱିକେଟ୍ ନେବାପାଇଁ ସେ ମାତ୍ର ୩୭ ରନ୍ ବ୍ୟୟ କରିଥିଲେ।

ତାଙ୍କର ଏହି ସଫଳ ସ୍ପେଲ୍ ଫଳରେ କଲୋମ୍ବୋ ୨୩୫ ରନ୍ରେ ମ୍ୟାଚ୍ ଜିତିନେଇଥିଲା। ୨୦୦୯ ପରେ ପ୍ରଥମଶ୍ରେଣୀ କ୍ରିକେଟ୍ରେ ଏପରି ମୂଲପୋଛ କରିବାରେ ସେ ଶ୍ରୀଲଙ୍କାର ପ୍ରଥମ ବୋଲର। ଏସିଆ ମହାଦେଶର ୧୧ ଜଣ ଏପରି ସଫଳତା ପାଇଛନ୍ତି। ଭାରତରୁ କିମ୍ବଦନ୍ତୀ ବୋଲର ଅନୀଲ କୁମ୍ବଲେ ଏବଂ ଓଡ଼ିଆ ବୋଲର ଦେବାଶିଷ ମହାନ୍ତି ମଧ୍ୟ ଏହି ସଫଳତାର ହକ୍ଦାର ହୋଇଛନ୍ତି।

Related posts

ବିସ୍ଫୋରକ ଶତକ ପରେ ରାଗିବା କାରଣ କହିଲେ ଶ୍ରେୟସ ଆୟର

Odisha Sports Bureau

ଗୁପଚୁପ ବିକାଳିରୁ ଷ୍ଟାର କ୍ରିକେଟର : ଯଶସ୍ୱୀ ଜୟସ୍ୱାଲ

ବିଶ୍ବ କପ୍ ପୂର୍ବରୁ ରୋହିତଙ୍କ ଗୋଡରେ ଆଘାତ

Odisha Sports Bureau