Cricket

ପ୍ରଂଶସକଙ୍କ ଡିମାଣ୍ଡ ପୂରା କଲେ ବିରାଟ-ରୋହିତ

ନେଦରଲାଣ୍ଡସ ବିପକ୍ଷ ଶେଷ ଲିଗ୍ ମ୍ୟାଚ୍ ଜିତି ବିଶ୍ୱକପରେ ଅପରାଜେୟ ରହିଛି ଟିମ ଇଣ୍ଡିଆ । ନେଦରଲାଣ୍ଡସ ବିପକ୍ଷରେ ଟିମ୍ ଇଣ୍ଡିଆ ଦମଦାର ବ୍ୟାଟିଂ କରିଥିବା ବେଳେ ବୋଲିଂରେ ମଧ୍ୟ ଜଲୱା ଦେଖାଇଛି । ଖାସକରି ଦୀର୍ଘବର୍ଷ ପରେ ରୋହିତ ଓ ବିରାଟଙ୍କ ହାତରେ ବଲ୍ ଦେଖିବାକୁ ମିଳିଛି । ନେଦରଲାଣ୍ଡସ ବିପକ୍ଷରେ ଉଭୟ ବିରାଟ-ରୋହିତ ବୋଲିଂ କରିଥିଲେ । ଉଭୟଙ୍କ ବୋଲିଂ ଦେଖି ଷ୍ଟାଡିୟମରେ ଝୁମିଥିଲେ ଭାରତୀୟ କ୍ରିକେଟ ପ୍ରଂଶସକ । ନେଦରଲାଣ୍ଡସ ବିପକ୍ଷରେ ବିଶାଳ ସ୍କୋର କରିବା ପରେ ଷ୍ଟାଡିୟମରେ ଥିବା ପ୍ରଂଶସକ ବିରାଟ କୋହଲିଙ୍କୁ ବୋଲିଂ ଦିଆଯାଉ ବୋଲି ଜୋରରେ ନାରା ପକାଇଥିଲେ । ରୋହିତ ମଧ୍ୟ ଭାରତୀୟ କ୍ରିକେଟପ୍ରେମୀଙ୍କୁ ନିରାଶ କରିନଥିଲେ । ବିରାଟଙ୍କ ହାତରେ ବଲ ଧରାଇଥିଲେ ।

ବିରାଟ ବୋଲିଂ କରିବା କ୍ଷଣି କୋହଲି କୋହଲି ନାରାରେ ପ୍ରକମ୍ପିତ ହୋଇଥିଲା ପୂରା ଷ୍ଟାଡିୟମ । ବିରାଟ ମଧ୍ୟ ପ୍ରଂଶସକଙ୍କୁ ନିରାଶ କରିନଥିଲେ । ନିଜର ଦ୍ୱିତୀୟ ଓଭରରେ ହିଁ ନେଦରଲାଣ୍ଡସ ଅଧିନାୟକଙ୍କ ୱିକେଟ ହାସଲ କରିଥିଲେ କୋହଲି । ଆଉ ଏହାପରେ ଷ୍ଟାଡିୟମରେ ଜୋରଦାର ସେଲିବ୍ରେସନ କରିଥିଲେ କ୍ରିକେଟପ୍ରେମୀ । କାରଣ ଦୀର୍ଘ ୯ ବର୍ଷ ପରେ ଦିନିକିଆରେ ୱିକେଟ ହାସଲ କରିଥିଲେ ବିରାଟ । ଏହାପୂର୍ବରୁ କୋହଲି ୨୦୧୪ ଜାନୁଆରୀ ୩୧ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୱିକେଟ ହାସଲ କରିଥିଲେ । ସେତେବେଳେ ମଧ୍ୟ ନ୍ୟୁଜିଲାଣ୍ଡର ଅଧିନାୟକ ଥିବା ବ୍ରେଣ୍ଡନ ମ୍ୟାକକୁଲମଙ୍କୁ ଆଉଟ୍ କରିଥିଲେ କୋହଲି । ଗୋଟିଏ ପଟେ କୋହଲି ୱିକେଟ ନେବା ପରେ ପ୍ରଂଶସକ ସେଲିବ୍ରେସନ କରିଥିବା ବେଳେ ପତ୍ନୀ ଅନୁଷ୍କା ମଧ୍ୟ ଷ୍ଟାଣ୍ଡରେ ଛିଡା କୋହଲିଙ୍କ ପାଇଁ ତାଳି ମାରିଥିଲେ ।

Related posts

ଶତକ ହାସଲ ପରେ ୱାର୍ଣ୍ଣରଙ୍କ ‘ପୁଷ୍ପା’ ଷ୍ଟାଇଲ

Odisha Sports Bureau

ଅବସର ନେଲେ ଦକ୍ଷିଣ ଆଫ୍ରିକାର ଭେଟରାନ୍ ଅଲରାଉଣ୍ଡର ଆଲବି ମୋର୍କେଲ

Odisha Sports Bureau

ନାସୋ କାଉଣ୍ଟିର ଏକ ବଡ ଗାଁ ଗାର୍ଡେନରେ ସିଟିରେ ଅଭ୍ୟାସ କରୁଛନ୍ତି ଭାରତୀୟଦଳ