Cricket

୨୦ କିଲୋ ଓଜନ କମାଇଲେ ଟିମ୍‌ରେ ନେବି

ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ତଥା ଚେନ୍ନାଇ ସୁପର କିଙ୍ଗସ୍‌ରେ ଏବେକାର ଅଧିନାୟକ ମହେନ୍ଦ୍ର ସିଂହ ଧୋନି । ଚେନ୍ନାଇ ଟିମ୍‌କୁ ପାଞ୍ଚ ଥର ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ୍‌ କରିବାରେ ଧୋନିଙ୍କ ଭୂମିକା ବେଶ୍ ଥିଲା ଗୁରୁତ୍ୱପୂର୍ଣ୍ଣ । ଆଇପିଏଲ୍‌ ଇତିହାସରେ ସବୁଠୁ ସଫଳ ଟିମ୍‌ ମଧ୍ୟରେ ଚେନ୍ନାଇ ଅନ୍ୟତମ । ଏବେ ଧୋନିଙ୍କ କ୍ରିକେଟ୍‌ ସେନ୍ସକୁ ନେଇ ଆଫଗାନିସ୍ତାନ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ବଡ଼ ଖୁଲାସା କରିଛନ୍ତି । ଏକା ଗଣମାଧ୍ୟମକୁ ସାକ୍ଷାତକାରରେ ଅସଗର ଆଫଗାନ କହିଛନ୍ତି ଯେ, ୨୦୧୮ର ଏସିଆ କପ୍‌ରେ ଭାରତ-ଆଫଗାନିସ୍ତାନ ମଧ୍ୟରେ ଏକ ମୁକାବିଲା ଖେଳାଯାଇଥିଲା । ଯେଉଁ ମ୍ୟାଚ୍‌ର ପରିଣାମ ଟାଇରେ ହିଁ ଶେଷ ହୋଇଥିଲା । ତେବେ ମ୍ୟାଚ୍‌ ଶେଷରେ ପରେ ଅଧିନାୟକ ଅସଗର ଆଫଗାନ ଏବଂ ଧୋନିଙ୍କ ମଧ୍ୟରେ ବହୁ ସମୟ ଧରି ଆଲୋଚନା ଚାଲିଥିଲା । ଏହି ଆଲୋଚନାରେ ମୁଁ କହିଥିଲି କି, ଧୋନି ଭାଇ ମହମ୍ମଦ ଶେହଜାଦ୍‌ ଆପଣଙ୍କର ଜଣେ ବଡ଼ ଫ୍ୟାନ୍‌ । ତେଣୁ ଶେହଜାଦ୍‌ ଆପଣ ଆଇପିଏଲ୍‌ ଟିମ୍‌ରେ ସାମିଲ କରିଦିଅନ୍ତୁ । ଆପଣ (ଧୋନି)ଙ୍କ ନେତୃତ୍ୱରେ ଖେଳିବାକୁ ଶେହଜାଦଙ୍କ ବହୁ ଇଚ୍ଛା ରହିଛି ।

ତେବେ ଅସଗରଙ୍କ ପ୍ରଶ୍ନର ଉତ୍ତର ରଖି ଧୋନି କହିଥିଲେ କି, ମୁଁ ତାଙ୍କୁ (ଶେହଜାଦ) ମୋ ଦଳରେ ସାମିଲ କରିବାକୁ ରାଜି ଅଛି । କିନ୍ତୁ ତା ବଦଳରେ ଶେହଜାଦଙ୍କୁ ୨୦ କିଲୋ ଓଜନ କମାଇବାକୁ ପଡିବ । ଧୋନିଙ୍କ ଏଭଳି ମଜାଳିଆ ଉତ୍ତର ପାଇ ଆମେ ସମସ୍ତେ ହସିଥିଲୁ । ଆଉ ସିରିଜ୍‌ ଶେଷ ପରେ ଆଫଗାନିସ୍ତାନ ଫେରୁଥିଲୁ । ସେଠାରେ ଶେହଜାଦ ଆଇପିଏଲ୍‌ରେ ଖେଳିବା ଲାଗି ବହୁ ପରିଶ୍ରମ କରିଥିଲେ । କିନ୍ତୁ ତାଙ୍କ ଓଜନ ୨୦ କିଲୋ କମିବା ବଦଳରେ ମାତ୍ର ୫ କେଜି ହିଁ କମିଥିଲା |

Related posts

ସେମି ଫାଇନାଲ୍‌ ମ୍ୟାଚ୍‌ ପୂର୍ବରୁ ରୋହିତ ଶର୍ମାଙ୍କ ହାତରେ ଆଘାତ

Odisha Sports Bureau

ବିରାଟଙ୍କ ନାମରେ ଷ୍ଟାଣ୍ଡର ନାମକରଣ

Odisha Sports Bureau

‘ଟସ୍’ ଜିତିବା ପରେ ବ୍ୟାଟିଙ୍ଗ୍ କରିବାକୁ ନିଷ୍ପତ୍ତି ନେଇଛ ଶ୍ରୀଲଙ୍କା

Odisha Sports Bureau