Cricket

ବୁମରାଙ୍କ ବୋଲିଂରେ ଧରାସାଇ ହେଲା ଇଂଲଣ୍ଡ ଦଳ

ବିଶାଖାପାଟନମ : କମାଲ ଦେଖାଇଲେ ବୁମରା । ୬ ୱିକେଟ ନେଇ ଇଂଲଣ୍ଡକୁ ଟିମ କୁ ଧୂଳି ଚଟାଇଲେ ଭାରତୀୟ ଦଳର ବୋଲର ଜଶପ୍ରିତ ବୁମରା । ବିଶାଖାପାଟନମ ରେ ଚାଲିଥିବା ଭାରତ –ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟରେ ପ୍ରଥମ ଇନିଂସରେ ୨୫୩ ରନ କରି ଅଲଆଉଟ ହୋଇଛି ଇଂଲଣ୍ଡ । ଇଂଲଣ୍ଡ ଟିମ ୨୫୩ ରନ କରି ଅଲଆଉଟ ହୋଇଥିବା ବେଳେ ଭରତ ୧୪୩ ରନରେ ଆଗୁଆ ରହିଛି । ଏବେ ଭାରତ ପକ୍ଷରୁ ରୋହିତ ଶର୍ମା ଏବଂ ଯଶସ୍ୱୀ ଜୟସ୍ୱାଲ ବ୍ୟାଟିଂ କରୁଛନ୍ତି ।
ଇଂଲଣ୍ଡ ପ୍ରଥମ ଇନିଂସ ଆରମ୍ଭରେ ଭଲ ଖେଳିଥିଲା । ପ୍ରଥମରୁ ୧ୱିକେଟ ହରାଇ ୧୧୩ ରନ କରିଥିଲା । ଏମିତି ଲାଗୁଥିଲା ଇଂଲଣ୍ଡ ଟିମ ପ୍ରଥମ ଇନିଂସରେ କିଛି ବଡ ସ୍କୋର କରିବ । କିନ୍ତୁ କୁଳନୀପ ଯାଦବ ୧୭ ବଲରେ ୨୧ ରନ କରିଥିବା ଡକେଟଙ୍କୁ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ । କିନ୍ତୁ ବୁମରାଙ୍କ ଲକ୍ଷ୍ୟ କିଛି ଅଲଗା ଥିଲା । ବୁମରାଙ୍କ ବୋଲିଂରେ ଚିତପଟାଙ୍ଗ ଦେଲା ଟିମ । ଆଉ ଏଥିରେ ବୁମରାଙ୍କ ସାଥ ଦେଇଥିଲେ କୁଲଦୀପ ଯାଦବ । ଫଳରେ ଇଂଲଣ୍ଡ ଟିମକୁ ଲଗାତାର ଝଟକା ଦେଇଥିଲେ । ତେଣୁ ଇଂଲଣ୍ଡ ଟିମ ପ୍ରଥମ ପାଳିରେ ୨୫୩ ରନରେ ଅଲଆଉଟ ହୋଇଯାଇଥିଲା । ଦ୍ୱିତୀୟ ଦିନ ଖେଳରେ ବୁମରା ୬ୱିକେଟ ନେଇ ୪୫ରନ ଦେଇଥିଲେ । ଇଂଲଣ୍ଡ ପକ୍ଷରୁ ଜ୍ୟାକ କ୍ରୋଲି ୭୬ରନ କରିଛନ୍ତି । ସେହିପରି ବେନ ଷ୍ଟ୍ରୋକ୍ସ ୪୭ରନ, ବିୟରଷ୍ଟୋ ୨୫, ହାର୍ଟଲୀ୨୧ ରନ କରିଛନ୍ତି । ଭାରତ ପକ୍ଷରୁ ବୁମରା୬ଟି, କୁଲଦୀବ ଯାଦବ ୩ଟି ଏବଂ ଅକ୍ଷର ପଟେଲ ୧ଟି ୱିକେଟ ନେଇଛନ୍ତି । ଭାରତ ପ୍ରଥମ ଇନିଂସରେ ୩୯୬ରନ କରି ଅଲଆଉଟ ହୋଇଥିଲା । ଭାରତ ପକ୍ଷରୁ ଜୟସ୍ୱାଲ ୨୦୯ ରନ କରିଥିଲେ । ତେବେ ଭାରତ ଏବେ ଦ୍ୱିତୀୟ ଇନିଂସ ବ୍ୟାଟିଂ କରୁଛି ।

Related posts

ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରେ ରବୀନ୍ଦ୍ର ଜାଡେଜା ଟି-୨୦ ଫର୍ମାଟରୁ ନେଲେ ବିଦାୟ

Odisha Sports Bureau

ମଜବୁତ ସ୍ଥିତିରେ ଭାରତ

Odisha Sports Bureau

କିକ୍ରେଟ ଜଗତର ବିଦାୟ ନେଲେ ପିଟର୍ ସିଡଲ୍

Odisha Sports Bureau

Leave a Comment