Cricket

ଆଇସିସିର ବ୍ୟାନ ପରେ ଆଇପିଏଲକୁ ଫେରିବେ ୱାନିନ୍ଦୁ ହସରଙ୍ଗା

ନୂଆଦିଲ୍ଲୀ:ଗତ ବର୍ଷ ଶ୍ରୀଲଙ୍କାର ଅଲରାଉଣ୍ଡର ୱାନିନ୍ଦୁ ହସରଙ୍ଗା ଟେଷ୍ଟ କ୍ରିକେଟରୁ ସନ୍ୟାସ ଘୋଷଣା କରିଥିଲେ । ମାତ୍ର ଚଳିତ ବର୍ଷ ଆରମ୍ଭରେ ସେ ନିଜର ନିଷ୍ପତ୍ତି ବଦଳାଇ ଟେଷ୍ଟ କ୍ରିକେଟ ଖେଳିବାକୁ ନିଷ୍ପତ୍ତି ନେଇଉନ୍ତି । ଫଳସ୍ପରୁପ ବାଂଲାଦେଶ ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ୱାଦିନ୍ଦୁ ହସରଙ୍ଗାଙ୍କୁ ଶ୍ରୀଲଙ୍କା ଦଳରେ ସାମିଲ କରାଯାଇଛି । ମାତ୍ର ଏବେ ଆଇସିସି ହସରଙ୍ଗାଙ୍କୁ ବଡ ଝଟକା ଦେଇଛି । ୱାନିନ୍ଦୁ ହସରଙ୍ଗା ଆଚାର ସଂହିତାର ଅନୁଚ୍ଛେଦ ୨.୮ ଆଧାରରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଆଉ ଆଇସିସି ତାଙ୍କ୍ ଉପରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ନେଇ କଟକଣା ଲାଗାଇଛି । କଟକଣା ଯୋଗୁଁ ଶ୍ରୀଲଙ୍କା – ବାଂଲାଦେଶ ଟେଷ୍ଟ ସିରିଜରେ ୱାନିନ୍ଦୁ ହସରଙ୍ଗା ଖେଳି ପାରିବେ ନାହିଁ । ମାତ୍ର ଆଇପିଏଲ ଦଳ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖୁସିର ଖବର । ଆଇପିଏଲ ୨୦୨୪ ରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ପୁରା ସିଜିନରେ ଉପଲବ୍ଧ ରହି ପାରନ୍ତି ହସରଙ୍ଗା । ଶ୍ରୀଲଙ୍କା – ବାଙ୍ଗଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ମାର୍ଚ୍ଚ ୨୨ରୁ୨୬ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ସେହିପରି ୨ୟ ଟେଷ୍ଟ ମାର୍ଚ୍ଚ ୩୦ରୁ ଆରମ୍ଭ ହେବ । ଯଦି ଉକ୍ତ ଟେଷ୍ଟ ସିରିଜରେ ୱାନିନ୍ଦୁ ଖେଳିଥାନ୍ତେ ତେବେ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ପ୍ରାରମ୍ଭିକ କିଛି ମ୍ୟାଚ ଖେଳି ପାରି ନଥାନ୍ତେ । ସନରାଇଜର୍ସ ହାଇଦ୍ରାବାଦ ମାର୍ଚ୍ଚ ୨୨ରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ ଖେଳିବ ।

Related posts

ସରିଲା କ୍ୱାରାଣ୍ଟାଇନ, ଆରମ୍ଭ ହେଲା ଅଭ୍ୟାସ

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଅଷ୍ଟ୍ରେଲିଆର ଉଇକେଟ୍ କିପର ବ୍ୟାଟ୍ସମ୍ୟାନ ମାଥ୍ୟୁ ୱେଡ

Odisha Sports Bureau

ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ କ୍ରିକେଟର ଶବ୍ଦ କାଟିଲେ ଭୁବି

Odisha Sports Bureau