Cricket

ଆଇପିଏଲ୍‌-୨୦୨୪: ଗୁଜରାଟ୍‌କୁ ୬୩ ରନ୍‌ରେ ପରାସ୍ତ କଲା ଚେନ୍ନାଇ 

ଗୁଜରାଟକୁ ହରାଇଲା ଚେନ୍ନାଇ | ଆଇପିଏଲ ୨୦୨୪ ସଂସ୍କରଣର ସପ୍ତମ ମ୍ୟାଚରେ ଗୁଜରାଟ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ସହଜ ବିଜୟ । ଦମଦାର ବ୍ୟାଟିଂ ଓ ବୋଲିଂ ବଳରେ ଅତିଥି ଟିମ୍ ଗୁଜରାଟ ଟାଇଟନ୍ସକୁ ୬୩ ରନରେ ପରାସ୍ତ କରିଛି ସିଏସକେ । ୨୦୭ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ଗୁଜରାଟ ୮ ୱିକେଟ ହରାଇ ୧୪୩ ରନରେ ଅଟକିଛି । ଲଗାତାର ଦ୍ୱିତୀୟ ବିଜୟ ପରେ ୪ ପଏଂଟ ସହ ଟେବୁଲରେ ଶୀର୍ଷକୁ ଉଠିଛି ଚେନ୍ନାଇ । ମଙ୍ଗଳବାର ଚେପକ୍ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା ଗୁଜରାଟ । ଚେନ୍ନାଇ ପକ୍ଷରୁ ରୁତୁରାଜ ଗାଏକୱାଡ ଓ ରାଚୀନ ରବୀନ୍ଦ୍ର ପାଳି ଆରମ୍ଭ କରିଥଲେ । ଉଭୟ ରୁତରାଜ ଓ ରାଚୀନ ପ୍ରଥମ ୱିକେଟ ପାଇଁ ୬୨ରନର ଭାଗୀଦାରୀ କରିଥିଲେ । ରାଚୀନ କ୍ରିଜ୍ ଛାଡିବା ପୂର୍ବରୁ ୩୦ଟି ବଲରେ ୬ଟି ଚୌକା ଏବଂ ୩ଟି ଛକା ସହ ୪୬ ରନ୍ ସଂଗ୍ରହ କରିଥିଲେ । ରୁତରାଜ ଗାଏକୱାଡ ମଧ୍ୟ ୩୬ ବଲରେ ୫ଚୌକା ଏବଂ ଗୋଟିଏ ଚୌକା ସହ ୪୬ ରନ ସଂଗ୍ରହ କରିଥିଲେ । ପରେ କ୍ରିଜକୁ ଆସି ଗୁଜରାଟ ବୋଲରଙ୍କ ଧୁଲାଇ କରିବା ସହ ବିସ୍ଫୋରକ ଅର୍ଧଶତକ ହାସଲ କରିଥିଲେ ଶିଭମ୍ ଦୁବେ ।

୨୩ ବଲରେ ୫ଟି ଛକା ୨ଟି ଚୌକା ବଳରେ ୫୧ ରନ୍ ହାସଲ କରିଥିଲେ ଶିଭମ୍ । ଗୁଜରାଟର ସାଇ ସୁଦର୍ଶନ ସର୍ବାଧିକ ୩୭ ରନ୍ ସଂଗ୍ରହ କରିଥିବା ବେଳେ ରିଦ୍ଧିମାନ ଶାହା, ଡେଭିଡ୍ ମିଲର ୨୧ରନ ଏବଂ ବିଜୟ ଶଙ୍କର ୧୨ରନର ପାଳି ଖେଳିଥିଲେ । ଚେନ୍ନାଇ ପକ୍ଷରୁ ଦୀପକ ଚହର, ମୁସ୍ତାଫିଜୁର ରେହମାନ, ତୁଷାର ଦେଶପାଣ୍ଡେଙ୍କୁ ୨ଟି ଲେଖାଁଏ ଏବଂ ଡ୍ୟାରେଲ ମିଚେଲ ଏବଂ ମିତିଶା ପଥିରଣାଙ୍କୁ ୧ଟି ଲେଖାଏଁ ୱିକେଟ ମିଳିଥିଲା ।

Related posts

ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ ହେବ ମହା ମୁକାବିଲା

Odisha Sports Bureau

ଶ୍ରୀଲଙ୍କାର ଭେଟେରାନ କ୍ରିକେଟର ଲସିଥ ମାଲିଙ୍ଗାଙ୍କ ନାମରେ ରହିଛି ଅନେକ ମଜାଦାର ରେକର୍ଡ

Odisha Sports Bureau

ବିରାଟ ଅନୁଷ୍କାଙ୍କ ଲଞ୍ଚଡେଟ

Odisha Sports Bureau