Cricket

ଭଲ ଅଛି ରିଷଭ ପନ୍ତଙ୍କ ଏମଆରଆଇ ରିପୋର୍ଟ

ନୂଆଦିଲ୍ଲୀ : ରିଷଭ ପନ୍ତଙ୍କ ଏମଆରଆଇ ରିପୋର୍ଟ ଭଲ ଅଛି। କାର୍‌ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଋଷଭ ପନ୍ତ୍‌ଙ୍କର ମସ୍ତିସ୍କ ଏବଂ ମେରୁଦଣ୍ଡର ଏମ୍‌ଆର୍‌ଆଇ ଶୁକ୍ରବାର ରାତିରେ କରାଯା‌ଇଛି। ଡେରାଡୁନର ମାକ୍ସ ହସ୍ପିଟାଲରେ ତାଙ୍କର ଏମର୍ଜେନ୍ସି (ଆତକାଳୀନ) ଚିକିତ୍ସା ପରେ ଏମ୍‌ଆର୍‌ଆଇ କରାଯାଇଥିଲା। ଏଥିରେ ଉଭୟ ମସ୍ତିସ୍କ ଓ ମେରୁଦଣ୍ଡ ନର୍ମାଲ (ସାଧାରଣ) ଅବସ୍ଥାକୁ ଫେରିଆସିଥିବା ରିପୋର୍ଟରୁ ଜଣାପଡ଼ିଛି। ତେବେ ଆସନ୍ତାକାଲି ତାଙ୍କର ଗୋଇଠି ଓ ଆଣ୍ଠୁରେ ଏମ୍‌ଆର୍‌ଆଇ କରାଯିବ ବୋଲି ହସ୍ପିଟାଲ ସୂତ୍ରରୁ କୁହାଯାଇଛି। ଅନ୍ୟପକ୍ଷରେ କ୍ଷତବିକ୍ଷତ ମୁଖମଣ୍ଡଳ ସାଙ୍ଗକୁ ଅନ୍ୟାନ୍ୟ କ୍ଷତ ସ୍ଥାନରେ ପ୍ଲାଷ୍ଟିକ୍‌ ସର୍ଜରୀ କରାଯିବ ବୋଲି କୁହାଯାଇଛି |

ମା’ଙ୍କୁ ସରପ୍ରାଇଜ ଦେବାକୁ ଯାଇ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି କ୍ରିକେଟର ରିଷଭ ପନ୍ତ। ଦିଲ୍ଲୀରୁ ରୁର୍‌କି ଯାଉଥିବା ବେଳେ ହରିଦ୍ୱାର ନିକଟରେ ଡିଭାଇଜରରେ ପିଟି ହୋଇଥିଲା ତାଙ୍କ ଗାଡ଼ି। ଦୁର୍ଘଟଣା ପରେ ଜଳି ଯାଇଥିଲା କାର। କିନ୍ତୁ ବର୍ତ୍ତିଯାଇଥିଲେ ପନ୍ତ। ଯାହାକୁ ବଡ଼ ଚମତ୍କାରିତା ବୋଲି କୁହାଯାଉଛି। ଆଇସିୟୁରେ କ୍ରିକେଟର ରିଷଭ ପନ୍ତ । ଗତକାଲି ଭୋରରୁ ଦିଲ୍ଲୀରୁ ରୁରକି ଯାଉଥିବା ବେଳେ ତାଙ୍କ ମର୍ସିଡିଜ ଗାଡ଼ି ଡିଭାଇଡରରେ ପିଟି ହୋଇଯାଇଥିଲା।

କାରରୁ ବାହାରି ଆସିବାକୁ ସକ୍ଷମ ହୋଇଥିଲେ ମଧ୍ୟ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା। ପନ୍ତଙ୍କ କପାଳରେ ୨ଟି କ୍ଷତ ସୃଷ୍ଟି ହୋଇଥିବା ବେଳେ ଡାହାଣ ଆଣ୍ଠୁର ଲିଗାମେଣ୍ଟ ଛିଡ଼ିଯାଇଛି। ଡାହାଣ କଚଟି, ବଳାଗଣ୍ଠିରେ ଆଘାତ ସହ ପିଠିରେ ମଧ୍ୟ କ୍ଷତ ସୃଷ୍ଟି ହୋଇଛି। ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ବିସିସିଆଇ ପକ୍ଷରୁ ବିବରଣୀ ଜାରି ହୋଇଛି।

Related posts

ରିଜର୍ଭ ଡେରେ ନ୍ୟୁଜିଲାଣ୍ଡ ନାଁରେ ଟ୍ରଫି ରିଜର୍ଭ

କଲମ୍ବୋରେ ଭାରତ ଓ ପାକିସ୍ତାନ କ୍ରିକେଟ୍ ମ୍ୟାଚ୍

Odisha Sports Bureau

ଟି-୨୦ରେ ପରାସ୍ତ ହେବା ସହ ୨-୧ରେ ସିରିଜ ହାରିଲା ଟିମ ଇଣ୍ଡିଆ

Odisha Sports Bureau