Football

ବ୍ଲକ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ସାଲେପୁର : ଓଡିଶା ପୁରୁଷ ହକି ବିଶ୍ୱ କପ କୁ ସ୍ମରଣୀୟ ରଖିବା ପାଇଁ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ସ୍ତରରୁ ଫୁଟବଲ ଓ କବାଡି ପ୍ରତିଯୋଗିତା ବଛା ବଛା ଖେଳାଳି ମାନଙ୍କୁ ପ୍ରୋତ୍ସାହିତ କରାଯାଇ ମ୍ୟାଚ ଆୟୋଜନ କରାଯାଇଛି । ଏହି କ୍ରମରେ ଆଜି ନିଶ୍ଚିନ୍ତକୋଇଲି ବ୍ଲକ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଅପରାହ୍ନରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକାଟିଆ ପଞ୍ଚାୟତର ଚକର ପଡିଆ ଠାରେ ଆୟୋଜିତ ହୋଇଯାଇଛି । ଏହି ଫାଇନାଲ ଟୁର୍ଣ୍ଣାମେଣ୍ଟରେ ତରତଶାସନ ପଞ୍ଚାୟତ ଓ ନେମାଳ ପଞ୍ଚାୟତ ମଧ୍ୟରେ ଅନୁଷ୍ଠିତ ଫୁଟବଲ ମ୍ୟାଚରେ ପେନାଲଟି ରାଉଣ୍ଡରେ ତରତ ଶାସନ ୪-୩ ଗୋଲରେ ନେମାଳକୁ ପରାସ୍ତ କରି ଚମ୍ପିୟାନ ହେବା ସହିତ ଜିଲ୍ଲା ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ନିଶ୍ଚିନ୍ତକୋଇଲି ବ୍ଲକକୁ ପ୍ରତିନିଧିତ୍ୱ କରିବ । ଆୟୋଜିତ ପୁରସ୍କାର ବିତରଣୀ ଉତ୍ସଵରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧକ୍ଷା ରୋଜି ସେଠୀ, ବିଡ଼ିଓ ଦିବ୍ୟ ରଞ୍ଜନ ସିଂହ ଦେଓ , ଉପଧକ୍ଷ ଅଶୋକ ଓଝା, ପ୍ରାକ୍ତନ ଅଧ୍ୟକ୍ଷ ଗିରିଶ ରଞ୍ଜନ ମହାପାତ୍ର ପ୍ରମୁଖ ଯୋଗ ଦେଇ ଖେଳାଳି ମାନଙ୍କୁ ପୁରସ୍କାର ପ୍ରଦାନ କରିବା ସହିତ ଉତ୍ସାହିତ କରିଥିଲେ।

Related posts

ମେସିଙ୍କୁ କୁଣ୍ଢାଇ ପକାଇଲା ଫ୍ୟାନ,ଗିରଫ କଲା ଚୀନ ପୋଲିସ

FIFA World Cup 2026 : ଆର୍ଜେଣ୍ଟିନା ବିଜୟ, ସେମିରେ ଇଂଲଣ୍ଡ ସହ ମୁକାବିଲା

ଲା ଲିଗା: ସେଭିଲା କ୍ରମାଗତ ଚତୁର୍ଥ ବିଜୟ ସହିତ ଚାମ୍ପିଅନ୍ସ ଲିଗର ନିକଟତର

Odisha Sports Bureau