Football

ମେସିଙ୍କୁ କୁଣ୍ଢାଇ ପକାଇଲା ଫ୍ୟାନ,ଗିରଫ କଲା ଚୀନ ପୋଲିସ

ଲିଓନେଲ ମେସି ଫିଫା ବିଶ୍ୱକପ ଟାଇଟଲ ଜିତିବା ପରେ ମଧ୍ୟ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି ।ଚୀନର ରାଜଧାନୀ ବେଜିଂରେ ଖେଳାଯାଉଥିବା ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚରେ ଆର୍ଜେଣ୍ଟିନା ଅଷ୍ଟ୍ରେଲିଆକୁ ୨-୦ରେ ହରାଇଛି । ଏହି ମୁକାବିଲାରେ ଆର୍ଜେଣ୍ଟିନାର ଅଧିନାୟକ ମେସିଙ୍କ ଗୋଲ୍ ଯୋଗୁଁ ଆର୍ଜେଣ୍ଟିନା ଅଷ୍ଟ୍ରେଲିଆକୁ ମାତ୍ ଦେଇଥିଲା । ଏହି ସମୟରେ ଚର୍ଚ୍ଚାକୁ ଆସିଛନ୍ତି ୧୮ ବର୍ଷୀୟ ଯୁବ ଫ୍ୟାନ ।ଫ୍ୟାନ୍ ଜଣକ ମେସିଙ୍କୁ ସାକ୍ଷାତ କରିବା ପାଇଁ ସୁରକ୍ଷା ନମାନି ବାଡ ଡେଇଁ ଗ୍ରାଉଣ୍ଡ କୁ ଏଣ୍ଟ୍ରି କରିଥିଲେ । ଗ୍ରଉଣ୍ଡକୁ ଦୌଡି ଆସି ଯୁବକ ଜଣକ ମେସିଙ୍କୁ କୁଣ୍ଢାଇ ପକାଇଥିଲେ ।

ମେସିଙ୍କ ଫ୍ୟାନଙ୍କ ଏଭଳି ମନୋବଳ ଦେଖି ସମସ୍ତେ ଆଶ୍ଚର୍ୟ୍ୟ ହୋଇଥିଲେ । କେବଳ ମେସି ନୁହେଁ ଫ୍ୟାନ୍ ଜଣକ ଆର୍ଜେଣ୍ଟିନାର ଗୋଲକିପର ଏମିଲିୟାନୋ ମାର୍ଟିନେଜଙ୍କ ସହିତ ହାଇଫାଇଭ ମଧ୍ୟ କରିଥିଲେ । ଏହି ସମୟରେ ସୁରକ୍ଷା କର୍ମୀ ଆସି ତାଙ୍କୁ ବାହାରକୁ ନେଇଯାଇଥିଲେ ।
ତେବେ ଖବର ମୁତାବକ, ଏବେ ସେହି ଯୁବକଙ୍କୁ ଗିରଫ କରାଯାଇଛି । ବେଜିଂର ଚାଓୟାଙ୍ଗ ଜିଲ୍ଲା ପୋଲିସ ଏକ ବୟାନରେ କହିଛନ୍ତି, ଫ୍ୟାନ୍ସଙ୍କୁ ଆଇନ ଅନୁଯାୟୀ ଗିରଫ କରାଯାଇଛି । ଆଗାମୀ ୧୨ ମାସ ପର୍ୟ୍ୟନ୍ତ ଷ୍ଟାଡିୟମରେ ପ୍ରବେଶ ପାଇଁ ବ୍ୟାନ୍ ଲଗାଯାଇଛି । ତେବେ ନିୟମ ଅନୁଯାୟୀ, ଖେଳ ଦେଖିବାକୁ ଆସିଥିବା ଫୁଟବଲ ପ୍ରଶଂସକ ଯଦି କୌଣସି ନିୟମ ଭଙ୍ଗ କରନ୍ତି, ତେବେ ତାଙ୍କୁ ଆଇନ ମୁତାବକ ଦଣ୍ଡିତ କରାଯିବ ।

Related posts

ବ୍ଲକ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

Odisha Sports Bureau

ଫିଫା ବିଶ୍ୱକପ ଆୟୋଜନ କରି ନୂଆ ଇତିହାସ ରଚିଛି କାତାର

Odisha Sports Bureau

ମଞ୍ଚେଷ୍ଟର ସିଟିର ତାରକା ଫୁଟବଲର୍ କଲିନ୍ ବେଲଙ୍କ ଦେହାନ୍ତ

Odisha Sports Bureau