Cricket

କ୍ରିକେଟ ଫାଇନାଲ ମ୍ୟାଚରେ ଯୋଗଦେଲେ ମନ୍ତ୍ରୀ ଜଗନ୍ନାଥ ଶାରକା

ବିଷମ କଟକ/ ରବିନ୍ଦ୍ର କୁମାର ସାହୁ : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଥୁଆପାଡି ପଞ୍ଚାୟତର ବଡ଼ ଲିମା ଗ୍ରାମରେ କିଛି ଦିନ ଧରି କ୍ରୀକେଟ୍ ମ୍ୟାଚ ଚାଲିଆସୁଥିବା ବେଳେ ଆଜି ଫାଇନାଲରେ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥିଭାବେ ମାନ୍ୟବର ଅନୁସୂଚୀତ ଜନଜାତିମନ୍ତ୍ରୀ ଜଗନ୍ନାଥ ଶାରକା ଯୋଗ ଦେଇ ବିଜୟୀ ହୋଇ ଥିବା ଦଳ ଙ୍କୁ ପୁରସ୍କାର ବିତରଣ କରିଛନ୍ତି । ଏହି କାର୍ୟ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଙ୍କ ସହିତ ବିଜୁ କଲ୍ୟାଣ ଉପଦେଷ୍ଟା ଶ୍ରୀ ସୁଧିର କୁମାର ଦାସ, ବରିଷ୍ଠ ବିଜେଡି ନେତା ଈଶ୍ବର ପାଣିଗ୍ରାହୀ, ଗୁଣୁପୁରର ବରିଷ୍ଠ ବିଜେଡି ନେତା ତଥା ସମାଜସେବୀ ଶ୍ରୀ ଗଗନ ବିହାରୀ ଆଚାର୍ୟ୍ୟ, ବରିଷ୍ଠ ଯୁବ ବିଜେଡି ନେତା ଜ୍ୟୋତି ପ୍ରସାଦ ସାହୁ, ବିଷମକଟକ ବିଡ଼ିଓ ସଦାଶିବ ନାୟକ, ବିଷମକଟକ ଥାନା ଅଧିକାରୀ, ସମିତି ସଭ୍ୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା କାଡାରାକା ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଛନ୍ତି ।

Related posts

ଆଇପିଏଲ ପାଇଁ ଚେନ୍ନାଇ ଟିମର ଅଭ୍ୟାସ

ଟି-୨୦ ବିଶ୍ଵକପ୍ ୨୦୨୬ରୁ ଆନୁଷ୍ଠାନିକ ଭାବେ ବିଦା ହୋଇଛି ବାଂଲାଦେଶ

Odisha Sports Bureau

ଶ୍ରେୟସ ଧରିପାରନ୍ତି କୋଲକାତାର ମଙ୍ଗ

Odisha Sports Bureau