Cricket

ପ୍ଲେ ଅଫ ରୋସରୁ ବାଦ ପଡିଲା ଗୁଜୁରାଟ

ଅହମ୍ମଦାବାଦ: ବର୍ଷା ପାଇଁ ରଦ୍ଦ ହୋଇଛି କୋଲକାତା ବିପକ୍ଷ ମ୍ୟାଚ । ଏହା ସହ ଗୁଜୁରାଟ ଟାଇଟନ୍ସ ମଧ୍ୟ ଆଇପିଏଲ ୨୦୨୪ ର ପ୍ଲେ ଅଫ ରେସରୁ ବାଦ ପଡିଛି । ଚଳିତ ସିଜିନରେ ତୃତୀୟ ଦଳ ଭାବେ ଟୁର୍ଣ୍ଣା ମେଣ୍ଟରୁ ବାଦ ପଡିଛି ଗୁଜୁରାଟ । ତେବେ ଗତ କାଲି ଅହମ୍ମଦାବାଦରେ ଗୁଜୁରାଟ ମଧ୍ୟରେ ଥିଲା ମ୍ୟାଚ । ହେଲେ ପ୍ରବଳ ବର୍ଷା କାରଣରୁ ମ୍ୟାଚଟିକୁ ବାତିଲ ଘୋଷଣା କରାଯାଇଥିଲା । ତେବେ ମ୍ୟାଚ ରଦ୍ଦ ହେବାରୁ ଦୁଇ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ଦିଆଯାଇଛି ।
ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ୭ଟା ୩୦ରେ ମ୍ୟାଚ ଆରମ୍ଭ ହେବାକୁ ଥିଲା ମାତ୍ର ଅହମ୍ମଦାବାଦରେ ପ୍ରବଳ ବର୍ଷା ଲାଗି ରହିଥିଲା । ପ୍ରାୟ ରାତି ୧୦ ଟା ରେ ବର୍ଷା କମିଥିôଲା ହେଲେ ସେତେବେଳକୁ ବହୁ ବିଳମ୍ଭ ହୋଇ ସାରିଥିଲା । ଶେଷରେ ବାଧ୍ୟ ହୋଇ ମ୍ୟାଚ ରେଫରୀ ରାତି ୧୦ ଟା ୩୦ ରେ ମ୍ୟାଚ ରଦ୍ଦ ଘୋଷଣା କରିଥିଲେ । ସେପଟେ ମ୍ୟାଚ ଅପେକ୍ଷରେ ଥିବା ଦର୍ଶକଙ୍କୁ ନିରାଶ ହେବାକୁ ପଡିଛି ।
ସେପଟେ ପଏଣ୍ଟ ଟେବୁଲରେ ସଂପ୍ରତି ଅଷ୍ଟମ ସ୍ଥାନରେ ରହିଛି । ଦଳ ୧୩ ଟି ମ୍ୟାଚ ଖେଳି ୫ଟିରେ ବିଜୟ ହୋଇଥିବା ବେଳେ ୭ଟି ରେ ପରାଜୟ ହାସଲ କରିଛି । ହେଲେ ଗତ କାଲିର ମ୍ୟାଚ ବର୍ଷା ପାଇଁ ରଦ୍ଦ ହେବାରୁ ଦଳକୁ ଗୋଟିଏ ଅଙ୍କ ମିଳିଛି । ତେଣୁ ଦଳ ୧୧ ପଏଣ୍ଟ ପାଇ ପ୍ଲେ ଅଫ ରେସରୁ ବାଦ ପଡିଛି । ହେଲେ ଗୁଜୁରାଟର ଶେଷ ମୁକାବିଲା ମେ ୧୬ ତାରିଖରେ ସନରାଇଜର୍ସ ହାଇଦ୍ରାବଦ ବିପକ୍ଷରେ ରହିଛି । ସେହିପରି କୋଲକାତା ନାଇଟ ରାଇଡର୍ସ ୧୯ ପଏଣ୍ଟ ହାସଲ କରି ଅଙ୍କ ତାଲିକାର ଶେୀର୍ଷରେ ରହିଛି ।

Related posts

ବାବର ଆଜମଙ୍କ ଉପରେ ଆସ୍ଥା ପ୍ରକଟ କରି ଟେଷ୍ଟ ଫର୍ମାଟର ଅଧିନାୟକ ଦାୟିତ୍ୱ ପ୍ରଦାନ କଲା ପିସିବି

ଆଇସିସି ଚାମ୍ପିୟନ୍ସିପ ଟ୍ରଫି  ପାଇଁ ଭାରତୀୟ ଦଳ ଘୋଷଣା

Odisha Sports Bureau

ଧୋନୀଙ୍କ ସ୍ଥାନ ନେଇପାରନ୍ତି ଏହି ଖେଳାଳୀ

Odisha Sports Bureau