Cricket

ପ୍ଲେ ଅଫ ରୋସରୁ ବାଦ ପଡିଲା ଗୁଜୁରାଟ

ଅହମ୍ମଦାବାଦ: ବର୍ଷା ପାଇଁ ରଦ୍ଦ ହୋଇଛି କୋଲକାତା ବିପକ୍ଷ ମ୍ୟାଚ । ଏହା ସହ ଗୁଜୁରାଟ ଟାଇଟନ୍ସ ମଧ୍ୟ ଆଇପିଏଲ ୨୦୨୪ ର ପ୍ଲେ ଅଫ ରେସରୁ ବାଦ ପଡିଛି । ଚଳିତ ସିଜିନରେ ତୃତୀୟ ଦଳ ଭାବେ ଟୁର୍ଣ୍ଣା ମେଣ୍ଟରୁ ବାଦ ପଡିଛି ଗୁଜୁରାଟ । ତେବେ ଗତ କାଲି ଅହମ୍ମଦାବାଦରେ ଗୁଜୁରାଟ ମଧ୍ୟରେ ଥିଲା ମ୍ୟାଚ । ହେଲେ ପ୍ରବଳ ବର୍ଷା କାରଣରୁ ମ୍ୟାଚଟିକୁ ବାତିଲ ଘୋଷଣା କରାଯାଇଥିଲା । ତେବେ ମ୍ୟାଚ ରଦ୍ଦ ହେବାରୁ ଦୁଇ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ଦିଆଯାଇଛି ।
ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ୭ଟା ୩୦ରେ ମ୍ୟାଚ ଆରମ୍ଭ ହେବାକୁ ଥିଲା ମାତ୍ର ଅହମ୍ମଦାବାଦରେ ପ୍ରବଳ ବର୍ଷା ଲାଗି ରହିଥିଲା । ପ୍ରାୟ ରାତି ୧୦ ଟା ରେ ବର୍ଷା କମିଥିôଲା ହେଲେ ସେତେବେଳକୁ ବହୁ ବିଳମ୍ଭ ହୋଇ ସାରିଥିଲା । ଶେଷରେ ବାଧ୍ୟ ହୋଇ ମ୍ୟାଚ ରେଫରୀ ରାତି ୧୦ ଟା ୩୦ ରେ ମ୍ୟାଚ ରଦ୍ଦ ଘୋଷଣା କରିଥିଲେ । ସେପଟେ ମ୍ୟାଚ ଅପେକ୍ଷରେ ଥିବା ଦର୍ଶକଙ୍କୁ ନିରାଶ ହେବାକୁ ପଡିଛି ।
ସେପଟେ ପଏଣ୍ଟ ଟେବୁଲରେ ସଂପ୍ରତି ଅଷ୍ଟମ ସ୍ଥାନରେ ରହିଛି । ଦଳ ୧୩ ଟି ମ୍ୟାଚ ଖେଳି ୫ଟିରେ ବିଜୟ ହୋଇଥିବା ବେଳେ ୭ଟି ରେ ପରାଜୟ ହାସଲ କରିଛି । ହେଲେ ଗତ କାଲିର ମ୍ୟାଚ ବର୍ଷା ପାଇଁ ରଦ୍ଦ ହେବାରୁ ଦଳକୁ ଗୋଟିଏ ଅଙ୍କ ମିଳିଛି । ତେଣୁ ଦଳ ୧୧ ପଏଣ୍ଟ ପାଇ ପ୍ଲେ ଅଫ ରେସରୁ ବାଦ ପଡିଛି । ହେଲେ ଗୁଜୁରାଟର ଶେଷ ମୁକାବିଲା ମେ ୧୬ ତାରିଖରେ ସନରାଇଜର୍ସ ହାଇଦ୍ରାବଦ ବିପକ୍ଷରେ ରହିଛି । ସେହିପରି କୋଲକାତା ନାଇଟ ରାଇଡର୍ସ ୧୯ ପଏଣ୍ଟ ହାସଲ କରି ଅଙ୍କ ତାଲିକାର ଶେୀର୍ଷରେ ରହିଛି ।

Related posts

ବିଶ୍ୱ ପାଇବ ନୂଆ ବିଜେତା

Odisha Sports Bureau

ଜୟପୁରର ନାହରଗଡ ୱାକ୍ସ ମ୍ୟୁଜିୟମରେ ସ୍ଥାପନ ହୋଇଛ ବିରାଟ କୋହଲିଙ୍କ ମହମ ପ୍ରତିମୂର୍ତ୍ତି

Odisha Sports Bureau

ଏସିଆ କପ ସୁପର -୪ ଶେଷ ମ୍ୟାଚରେ ବାଂଲାଦେଶକୁ ଭେଟିବ ଭାରତ

Odisha Sports Bureau

Leave a Comment