Cricket

ପିତାଙ୍କ ମୃତ୍ୟୁ ପରେ ଭାବପ୍ରବଣ ହୋଇ କ୍ରିକେଟ୍ରୁ ବ୍ରେକ୍ ନେଲେ ଇଂଲଣ୍ଡ ଖେଳାଳି କ୍ରିସ ୱକ୍ସ

ଭାରତୀୟ ସମୟ ଅନୁଯାୟୀ ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଟି ୨୦ ବିଶ୍ୱକପ୍ । ଏଥିପାଇଁ ଖେଳାଳି ପ୍ରସ୍ତୁତ ଏବଂ ଟିମ ବି ପ୍ରସ୍ତୁତ । ହେଲେ ଇଂଲଣ୍ଡର ଅଲରାଉଣ୍ଡର ଖେଳାଳି କ୍ରିସ୍ ୱକ୍ସ ଏହି ଟୁର୍ଣ୍ଣାମେଣ୍ଟରୁ ଦୂରରେ ଅଛନ୍ତି । ତେବେ ୱକ୍ସ ବର୍ତ୍ତମାନ ଏହା ପଛର କାରଣ କଣ ଏବେ ସୋସିଆଲ ମିଡିଆରେ ସ୍ପଷ୍ଟ କରିଛନ୍ତି ।
ଏହା ଶୁଣିବା ପରେ ପ୍ରଶଂସକମାନେ ତାଙ୍କ କ୍ରିକେଟ୍ ପ୍ରତ୍ୟାବର୍ତ୍ତନ ପାଇଁ ନିବେଦନ କରୁଛନ୍ତି । ତାଙ୍କୁ ଶୀଘ୍ର ପଡିଆରେ ଦେଖିବାକୁ ଚାହୁଁଛନ୍ତି ଫ୍ୟାନ୍ସ । ଭେଟେରାନ ଅଲରାଉଣ୍ଡର କ୍ରିସ ୱକ୍ସ ସୋସିଆଲ ମିଡିଆରେ ନିଜର ଦୁଃଖ ବାଣ୍ଟି କ୍ରିକେଟରୁ ବିରତି ନେବାକୁ ନିଷ୍ପତ୍ତି ସ୍ପଷ୍ଟ କରିଛନ୍ତି ।
କ୍ରିସ୍ ଲେଖିଛନ୍ତି –“ଗତ ମାସ ମୋ ଜୀବନର ସବୁଠାରୁ ଚ୍ୟାଲେଞ୍ଜିଂ ମାସ ଅଟେ । ଦୁର୍ଭାଗ୍ୟବଶତଃ ମୁଁ ମୋ ବାପାଙ୍କୁ ହରାଇଛି । ଏହି କଷ୍ଟ ସମୟରେ ନିଜ ପରିବାର ସହିତ ସମୟ ବିତାଇବା ଉପରେ ୱକ୍ସ ଗୁରୁତ୍ୱାରୋପ କରିଛନ୍ତି । ଆମେ ସମସ୍ତେ ଦୁଃଖିତ ଏବଂ ନିସନ୍ଦେହରେ ଆମ ଜୀବନର ସବୁଠାରୁ କଷ୍ଟଦାୟକ ମୁହୂର୍ତ୍ତ ଦେଇ ଯିବାକୁ ଚେଷ୍ଟା କରୁଛୁ ।

Related posts

ଚଳିତ IPL ପରେ ଅନେକ କ୍ରିକେଟର ନେଇପାରନ୍ତି ଅବସର

ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ମହାସମର…

Odisha Sports Bureau

ଅଧିନାୟକ ରୋହିତ ଶର୍ମାଙ୍କ ଆଶା, ଏଥର ଭାରତ ହିଁ ଜିତିବ ଦିନିକିଆ ବିଶ୍ୱକପ

Odisha Sports Bureau