Hockey

ସନ୍ନ୍ୟାସ ଘୋଷଣା କଲେ ଭାରତୀୟ ହକି ଦଳର ଅଭିଜ୍ଞ ଗୋଲକିପର ପିଆର ଶ୍ରୀଜେଶ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ପରେ ଅନ୍ତଜାର୍ତୀୟ ହକିରୁ ଅବସର ନେବେ ଭାରତୀୟ ଟିମ୍‌ର ଭେଟେରାନ ଗୋଲ୍‌କିପର ପିଆର୍ ଶ୍ରୀଜେଶ। ସେ ଆଜି ସୋଶାଲ ମିଡିଆରେ ଏହି ଘୋଷଣା କରିଛନ୍ତି।   ଜୁଲାଇ ୨୬ରୁ ଆରମ୍ଭ ହେବ ପ୍ୟାରିସ ଅଲିମ୍ପିକ୍ସ। ପ୍ୟାରିସ ଅଲିମ୍ପିକ୍ସ ତାଙ୍କର ଶେଷ ଅନ୍ତର୍ଜାତୀୟ ଯାତ୍ରା ହେବ ବୋଲି କହିଛନ୍ତି ଶ୍ରୀଜେଶ। ୩୬ ବର୍ଷୀୟ ଶ୍ରୀଜେଶଙ୍କର ଏହା ଚତୁର୍ଥ ଅଲିମ୍ପିକ୍ସ।

ଶ୍ରୀଜେଶ ଲେଖିଛନ୍ତି, ମୁଁ ଏବେ ମୋର ଶେଷ ଖେଳ ପାଇଁ ପ୍ୟାରିସ୍‌ରେ ପ୍ରସ୍ତୁତି କରୁଥିବା ବେଳେ ଅତୀତକୁ ଯେତେବେଳେ ଦେଖୁଛି ଗର୍ବ ଅନୁଭବ କରୁଛି ଓ ଭବିଷ୍ୟତକୁ ନେଇ ଆଶାବାଦୀ ଅଛି। ମୋ ପରିବାର, ଟିମ୍‌ର ସଦସ୍ୟ, କୋଚ୍ ଓ ପ୍ରଶଂସକଙ୍କ ଭଲପାଇବା ଏବଂ ସମର୍ଥନ ପାଇଁ ମୁଁ ସେମାନଙ୍କ ନିକଟରେ ସାରା ଜୀବନ କୃତଜ୍ଞ ରହିବି।

ସୂଚନା ଅନୁଯାୟୀ, ୨୦୧୬ରେ  ଭାରତ ତାଙ୍କ ଅଧିନାୟକତ୍ୱରେ ରିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲା ​​ଏବଂ ଦଳ ଅଷ୍ଟମ ସ୍ଥାନରେ ରହିଥିଲା। ତେବେ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ସେ ଭାରତୀୟ ଦଳ ସହିତ ଐତିହାସିକ କାଂସ୍ୟ ପଦକ ଜିତିଥିଲେ। ଶ୍ରୀଜେଶ ଭାରତ ପାଇଁ ୩୨୮ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଏହା ବ୍ୟତୀତ ସେ ଅନେକ କମନୱେଲ୍‌ଥ ଗେମ୍ସ ଏବଂ ବିଶ୍ୱକପରେ ମଧ୍ୟ ଭାଗ ନେଇଛନ୍ତି।

Related posts

ବିଶ୍ୱକପ ହକି : ଭୁବନେଶ୍ୱରରେ ଟିମ ମାଲେସିଆ

Odisha Sports Bureau

ଆଜି ହକି ବିଶ୍ୱକପରେ ପାକିସ୍ତାନର ଅଭିଯାନ ଆରମ୍ଭ

Odisha Sports Bureau

ହକି ପୁରୁଷ ବିଶ୍ଵକପ ପାଇ ବ୍ଲକ ସ୍ତରୀୟ ପ୍ରତିଯୋଗୀତା ଉଦଯାପିତ

Odisha Sports Bureau