Uncategorized

୧୦୦ ବର୍ଷର ବ୍ୟବଧାନ ପରେ ଅଲିମ୍ପିକ୍ସ ଆୟୋଜନ କରୁଛି ପ୍ୟାରିସ

ନୂଆଦିଲ୍ଲୀ: ଦୀର୍ଘ ୧୦୦ ବର୍ଷର ବ୍ୟବଧାନ ପରେ ଅଲିମ୍ପିକ୍ସ ଆୟୋଜନ କରୁଛି ପ୍ୟାରିସ । ଜୁଲାଇ ୨୬ରୁ ଆରମ୍ଭ ହେବାକୁ ଥିବା ଏହି ଖେଳରେ ସାରା ବିଶ୍ୱରୁ ୧୦,୫୦୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିବେ । ଫ୍ୟାସନର ରାଜଧାନୀ କୁହାଯାଉଥିବା ଏହି ସହରରେ ହେବାକୁ ଥିବା ଅଲମ୍ପିକ୍ସ ଖେଳ ଅନେକ ଦୃଷ୍ଟିରୁ ଭିନ୍ନ ଏବଂ ପାରମ୍ପାରିକ ହେବ ।
ପ୍ୟାରିସ ଠିକ ୧୦୦ ବର୍ଷ ପୂର୍ବ ଅଲିମ୍ପିକ୍ସର ଆୟୋଜନ କରିଥିଲା । ସେହି ସମୟରେ ଏହାର ବୈଶ୍ୱିକ ଖେଳ ଆୟୋଜନ ଉଦ୍ଦେଶ୍ୟ ବିଶ୍ୱରେ ଶାନ୍ତିକୁ ବଢାଇବା ଏବଂ ଦୁନିଆକୁ ଏକଜୁଟ କରିବା ଥିଲା । ୧୦୦ ବର୍ଷ ପରେ ବି ଏହି ବିଚାର ଅଳ୍ପବହୁତ ରହିଛି କିନ୍ତୁ ଏବେ ଦେଶରେ ଉତକୃଷ୍ଟତାର ଗୁରୁତ୍ୱ ଅଧିକ ହୋଇଛି । ପ୍ୟାରିସରେ ୧୯୨୪ ରେ ହୋଇଥିଲା ଅଲିମ୍ପିକ୍ସରେ ୪୪ ଦେଶର ୩୦୦୦ରୁ ଅଧିକ ଖେଳାଳି ଭାଗ ନେଇଥିଲେ, କିନ୍ତୁ ଚଳିତ ଥର ଏହି ସହର ପ୍ରାୟ ୧୦୫୦୦ ଖେଳାଳିଙ୍କୁ ସ୍ୱାଗତ ଜଣାଇବା ପାଇଁ ପ୍ରସ୍ତୁତ ଅଛି ।
ତେବେ ପ୍ୟାରିସ ଅଲିମ୍ପିକ୍ସର ଉଦଘାଟନୀ ସମାରୋହ ସୀନ ନଦୀ କୂଳରେ ଆୟୋଜନ କରାଯିବ । ଏହି ଖେଳରେ ସକାରାତ୍ମକ କଥା ଏହା ଯେ କେଳଗୁଡିକୁ ସର୍କୁଲର ଇକୋନମି ମଡେଲ ଆଧାରିତ କରାଯାଇଛି ।, ଯାହାର ଅର୍ଥ ଏହା ଯେ ଉପଲବ୍ଧ ସାମଗ୍ରୀକୁ ଯେତେ ସମ୍ଭବ ସେତେ ସେୟାର କରିବା , ନବୀକରଣ କରିବା । ୩୫ ଆୟୋଜନ ସ୍ଥଳ ମଧ୍ୟରୁ କେବଳ ଦୁଇଟି ନୂଆ ମୈଦାନ କରାଯାଇଛି ।
ତେବେ ପ୍ରଥମ ଥର ୧୦,୫୦୦ ଖେଳାଳିଙ୍କ ମଧ୍ୟରୁ ଅଧା ମହିଳା ଖେଳାଳି ରହିବେ, ଯାହା ଲିଙ୍ଗଗତ ସମାନତାକୁ ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ଅଟେ । ଟୋକିଓ ଅଲିମ୍ପିକ୍ସରେ ଖେଳାଳିଙ୍କ ମୋଟ ସଂଖ୍ୟାର ୪୭.୫ ପ୍ରତିଶତ ମହିଳା ଥିଲେ ।

Related posts

ହଲିଉଡରେ ନଜର ଆସିବେ ନୀରଜ ଚୋପ୍ରା?

Odisha Sports Bureau

ସ୍ୱଦେଶ ଫେରିଲେ ଭାରତୀୟ ହକି ଦଳ

Odisha Sports Bureau

ନୀରଜ ଚୋପ୍ରାଙ୍କ ସହ ତ୍ରିରଙ୍ଗା ପତାକା ତଳେ ନଜର ଆସିଲେ ପାକିସ୍ତାନର ଅର୍ଶଦ ନଦୀମ

Odisha Sports Bureau