Uncategorized

ମେଡାଲ ଜିତିବା ଖୁସିରେ ଡ଼େଇଁଲେ ଖେଳାଳି, ଭାଙ୍ଗିଗଲା କାନ୍ଧ ହାଡ଼

ପ୍ୟାରିରେ ଚାଲିଛି ଅଲିମ୍ପିକ୍ସ ୨୦୨୪ । ଏହି ଅଲିମ୍ପିକ୍ସରେ ବହୁ ଦେଶର ଖେଳାଳି ମାନେ ଭାଗ ନେଇଛନ୍ତି । ଆଉ ବହୁ ଧୁମଧାମ ରେ ଚାଲିଛି କ୍ରିିଡା ପ୍ରତିଯୋଗିତା । ତେବେ ଏହି ଅଲିମ୍ପିକ୍ ଗେମ୍ସ ଜୁଲାଇ ୨୬ରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ପର୍ୟ୍ୟନ୍ତ ଚାଲିବ ବୋଲି କାର୍ଯ୍ୟସୂଚି ରହିଛି । । ତେବେ ବର୍ତ୍ତମାନ, ପ୍ରତ୍ୟେକ ଦିନ ବିଭିନ୍ନ ଦେଶରୁ ବିଭିନ୍ନ କ୍ରୀଡ଼ାରେ ଖେଳାଳିଙ୍କ ବିଜୟର ଖବର ଆସୁଛି। ଏବେ ମୋଲଡୋଭାର ଜୁଡୋ ଖେଳାଳି ଆଦିଲ ଓସମାନୋଭ ବ୍ରୋଞ୍ଜ ପଦକ ଜିତିଥିବା ନେଇ ଖବର ମିଳିଛି। ହେଲେ ପଦକ ଜିତିଥିଲେ ବି ତାଙ୍କ କାନ୍ଧର ହାଡ଼ ଛାଡ଼ିଯାଇଥିବା ଜଣାପଡ଼ିଛି, ଯାହା ତାଙ୍କ ପାଇଁ ଦୁଃଖର କାରଣ ପାଲଟିଛି।
ସୂଚନା ଅନୁଯାୟୀ, ପୁରୁଷ ୭୩କିଲୋଗ୍ରାମ ବର୍ଗରେ ସେ ଇଟାଲୀର ମାନୁଏଲ ଲୋମ୍ବାର୍ଡୋଙ୍କୁ ପରାସ୍ତ କରିବା ପରେ ଖୁସିରେ ଡେଇଁଥିଲେ। ଜୋରରେ ପାଟି କରିବା ସହ ଉପରକୁ ଡେଇଁ ସିଧା ତଳେ ଆଣ୍ଠୁ ମାଡ଼ି ବସିପଡ଼ିଥିଲେ। ଏଭଳି କରିବାରୁ ତାଙ୍କ କାନ୍ଧର ହାଡ଼ ଛାଡ଼ିଯାଇଥିବା ଜଣାପଡ଼ିଛି। କାନ୍ଧରେ ଆଘାତ ଲାଗିବା ପରେ ପୂର୍ବରୁ ତାଙ୍କର କାନ୍ଧରେ ସମସ୍ୟା ଥିଲା ଏବଂ ଡାକ୍ତର ଅସ୍ତ୍ରୋପଚାର ପାଇଁ କହିଥିଲେ ବୋଲି ସ୍ପଷ୍ଟ କରିଛନ୍ତି ଆଦିଲ । ତେବେ ଡାକ୍ତର ଅସ୍ତ୍ରୋପଚାର ପାଇଁ କହିଥିଲେ ବି ପ୍ରତିଯୋଗିତା ପାଇଁ ଆଦିଲ ଅସ୍ତ୍ରୋପଚାର କରିନଥିଲେ, ଯାହା ଫଳରେ ତାଙ୍କ କାନ୍ଧର ହାଡ଼ ଛାଡ଼ିଯାଇଥିବା ସେ କହିଛନ୍ତି।

 

Related posts

ଭାରତୀୟ ଦଳରେ କମାଲ କରିବେ ଓଡ଼ିଶାର ୫ଜଣ ଖେଳାଳି

Odisha Sports Bureau

ମାଞ୍ଚେଷ୍ଟର ଟେଷ୍ଟରେ ୧୯ବର୍ଷର ଇତିହାସ ରଚିପାରନ୍ତି ଗିଲ୍

ସେପ୍ଟେମ୍ବର ୧୫ରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ପ୍ରୋ ଟି-୨୦ ଲିଗ୍‌

Odisha Sports Bureau