Badminton

ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଲେ ଲକ୍ଷ୍ୟ ସେନ

ପ୍ୟାରିସ: ଭାରତର ଉଦୀୟମାନ ବ୍ୟାଡମିଂଟନ ଖେଳାଳି ଲକ୍ଷ୍ୟ ସେନ ଶୁକ୍ରବାର ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି । ସେ ପ୍ରଥମ ଭାରତୀୟ ପୁରୁଷ ଖେଳାଳି ଭାବେ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିବା ଗୌରବ ଅର୍ଜନ କରିଛନ୍ତି । କ୍ୱାର୍ଟର ଫାଇନାଲରେ ସେ ଚାଇନିଜ ତାଇପେର ଚେନ୍‌ ତିନ୍‌ ଚୋଉଙ୍କୁ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୧୯-୨୧, ୨୧-୧୫ ଓ ୨୧-୧୨ ଗେମରେ ପରାସ୍ତ କରିଥିଲେ । ପ୍ରଥମ ଗେମରେ ଚୋଉ ବିଜୟ ହାସଲ କରି ଲକ୍ଷ୍ୟଙ୍କୁ ଚାପରେ ପକାଇଥିଲେ । ମାତ୍ର ଦ୍ୱିତୀୟ ଗେମରେ ଭାରତର ଷ୍ଟାର ଖେଳାଳି ରଣନୀତିରେ ପରିବର୍ତନ କରିଥିଲେ । ଏହାର ଫାଇଦା ମିଳିଥିଲା ଏବଂ ଦ୍ୱିତୀୟ ଗେମକୁ ଜିତି ସେ ମ୍ୟାଚକୁ ସମାନ ସ୍ଥିତିକୁ ଆଣି ଦେଇଥିଲେ ।

ନିର୍ଣ୍ଣାୟକ ଗେମରେ ସେନ ଆକ୍ରମଣାତ୍ମକ ପ୍ରଦର୍ଶନ କରି ମ୍ୟାଚକୁ ଜିତିବା ସହ ଭାରତ ପାଇଁ ପଦକ ସମ୍ଭାବନା ସୃଷ୍ଟି କରିଛନ୍ତି । ଏହା ପୂର୍ବରୁ ନିଜ ଦେଶର ଅଭିଜ୍ଞ ଖେଳାଳି ଏଚଏସ ପ୍ରଣୟଙ୍କୁ ହରାଇ ସେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ । ଏହା ପୂର୍ବରୁ ଲକ୍ଷ୍ୟଙ୍କ ବିପକ୍ଷରେ ଚୋଉଙ୍କ ପ୍ରଦର୍ଶନ ଭଲ ରହିଥିଲା । ସେ ୩ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଲକ୍ଷ୍ୟ ମାତ୍ର ଥରେ ତାଙ୍କୁ ହରାଇଥିଲେ ।

Related posts

ଜୁନିଅର ର୍ୟାକିଂଙ୍ଗ ଟୁର୍ଣ୍ଣାମେଣ୍ଟରେ ଟ୍ରଫି ଜିତିଲେ ତନିଷା

Odisha Sports Bureau

ବିଶ୍ୱସ୍ତରରେ ଶାତ୍ୱିକ ଚରାଗ ଯୋଡିର ସଫଳତା

Odisha Sports Bureau

କମଳାକାନ୍ତ ବିଦ୍ୟାପୀଠ ଇଣ୍ଡୋର ଷ୍ଟାଡିଅମ ରେ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ

Odisha Sports Bureau