Badminton

ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଲେ ଲକ୍ଷ୍ୟ ସେନ

ପ୍ୟାରିସ: ଭାରତର ଉଦୀୟମାନ ବ୍ୟାଡମିଂଟନ ଖେଳାଳି ଲକ୍ଷ୍ୟ ସେନ ଶୁକ୍ରବାର ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି । ସେ ପ୍ରଥମ ଭାରତୀୟ ପୁରୁଷ ଖେଳାଳି ଭାବେ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିବା ଗୌରବ ଅର୍ଜନ କରିଛନ୍ତି । କ୍ୱାର୍ଟର ଫାଇନାଲରେ ସେ ଚାଇନିଜ ତାଇପେର ଚେନ୍‌ ତିନ୍‌ ଚୋଉଙ୍କୁ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୧୯-୨୧, ୨୧-୧୫ ଓ ୨୧-୧୨ ଗେମରେ ପରାସ୍ତ କରିଥିଲେ । ପ୍ରଥମ ଗେମରେ ଚୋଉ ବିଜୟ ହାସଲ କରି ଲକ୍ଷ୍ୟଙ୍କୁ ଚାପରେ ପକାଇଥିଲେ । ମାତ୍ର ଦ୍ୱିତୀୟ ଗେମରେ ଭାରତର ଷ୍ଟାର ଖେଳାଳି ରଣନୀତିରେ ପରିବର୍ତନ କରିଥିଲେ । ଏହାର ଫାଇଦା ମିଳିଥିଲା ଏବଂ ଦ୍ୱିତୀୟ ଗେମକୁ ଜିତି ସେ ମ୍ୟାଚକୁ ସମାନ ସ୍ଥିତିକୁ ଆଣି ଦେଇଥିଲେ ।

ନିର୍ଣ୍ଣାୟକ ଗେମରେ ସେନ ଆକ୍ରମଣାତ୍ମକ ପ୍ରଦର୍ଶନ କରି ମ୍ୟାଚକୁ ଜିତିବା ସହ ଭାରତ ପାଇଁ ପଦକ ସମ୍ଭାବନା ସୃଷ୍ଟି କରିଛନ୍ତି । ଏହା ପୂର୍ବରୁ ନିଜ ଦେଶର ଅଭିଜ୍ଞ ଖେଳାଳି ଏଚଏସ ପ୍ରଣୟଙ୍କୁ ହରାଇ ସେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ । ଏହା ପୂର୍ବରୁ ଲକ୍ଷ୍ୟଙ୍କ ବିପକ୍ଷରେ ଚୋଉଙ୍କ ପ୍ରଦର୍ଶନ ଭଲ ରହିଥିଲା । ସେ ୩ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଲକ୍ଷ୍ୟ ମାତ୍ର ଥରେ ତାଙ୍କୁ ହରାଇଥିଲେ ।

Related posts

ନିର୍ବାଚନ ଲଢିବେ ପିଭି ସିନ୍ଧୁ

Odisha Sports Bureau

ରାଜ୍ୟ ସ୍ତରୀୟ Under 19 ବ୍ୟାଟମିଣ୍ଟନ  ଟୁର୍ଣ୍ଣାମେଣ୍ଟ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Odisha Sports Bureau

ଥାଇଲାଣ୍ଡ ଓପନ୍ ବ୍ୟାଡମିଣ୍ଟନ୍: ସାତ୍ତ୍ୱିକ୍-ଚିରାଗଙ୍କୁ ଡବଲ୍ଡ ଟାଇଟଲ

Odisha Sports Bureau