Badminton

ଥାଇଲାଣ୍ଡ ଓପନ ଖେଳିବେନି ସିନ୍ଧୁ

(ଓଡିଶାସ୍ପୋର୍ଟସ୍): ଥାଇଲାଣ୍ଡ ଓପନ ଖେଳିବେନି ସିନ୍ଧୁ । ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ଥାଇଲାଣ୍ଡ ଓପନରୁ ନିଜ ନାଁକୁ ଫେରାଇ ଆଣିଛନ୍ତି । ଅନ୍ୟପଟେ ଆହତରୁ ପ୍ରତ୍ୟାବର୍ତ୍ତନ କରି ଥାଇଲାଣ୍ଡ ଓପନରେ ଅଂଶ ଗ୍ରହଣ କରିବେ ସାଇନା ନେହୱାଲ୍ । ପିଭି ସିନ୍ଧୁ ନାଁ ଫେରାଇବା ପରେ ଭାରତର ସମ୍ପୂର୍ଣ୍ଣ ଆଶା ଏବେ ସାଇନାଙ୍କ ଉପରେ ରହିଛି ।
ଏକ ଇଂରାଜୀ ଖବର ଅନୁଯାୟୀ ସିନ୍ଧୁ ଆସନ୍ତା ମାସରେ ହେବାକୁ ଥିବା ବିଶ୍ୱ ଚାମ୍ପିୟନସିପ ଉପରେ ନିଜର ସମ୍ପୂର୍ଣ୍ଣ ଧ୍ୟାନ ଦେବା ପାଇଁ ଥାଇଲାଣ୍ଡ ଓପନରୁ ନିଜ ନାଁକୁ ଫେରାଇ ଆଣିଛନ୍ତି । ସିନ୍ଧୁଙ୍କ ବ୍ୟତୀତ ଜାପାନର ନୋଜୋମୀ ଓକୁହାରା , ଅକାନେ ୟାମାଗୁଚୀ ଏବଂ ଚୀନର ତାଇ ଜୀ ୟିଂଗ ମଧ୍ୟ ନିଜର ନାଁ ଫେରାଇଛନ୍ତି । ଥାଇଲାଣ୍ଡ ଓପନରେ ଜାପାନର ସାୟକା କିମ୍ୱା ଇଣ୍ଡୋନେଶିଆର ରସେଲୀଙ୍କ ବିପକ୍ଷରେ ସାଇନା ନିଜର ଅଭିଯାନ ଆରମ୍ଭ କରିବେ।

Related posts

ଓଡିଆ ପୁଅ ପ୍ରମୋଦ ଭଗବତ ପାଇବେ ଅର୍ଜୁନ ପୁରସ୍କାର

Odisha Sports Bureau

ଥାଇଲାଣ୍ଡ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତରେ ପ୍ରମୋଦଙ୍କୁ ଦ୍ବିମୁକୁଟ

ବ୍ୟାଡମିଣ୍ଟନ ଖେଳୁଥିବା ସମୟରେ ହୃଦଘାତ ଯୋଗୁଁ ୨୫ ବର୍ଷୀୟ ଯୁବକଙ୍କ ଚାଲିଗଲା ଜୀବନ