Badminton

ପ୍ରମୋଦଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପ୍ରମୋଦଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚୀନ୍‌ର ହାଙ୍ଗ୍‌ଝୌରେ ଚାଲିଥିବା ‘ଏସିଆନ୍‌ ପାରା ଗେମ୍‌ସ୍‌ ୨୦୨୩ରେ ଆଜି ଭାରତର ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ପ୍ରମୋଦ ଭଗତ ଭାରତ ଲାଗି ୨୧ତମ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ଆଜି ପୁରୁଷ ଏକକ-୩ ବର୍ଗର ଚୂଡ଼ାନ୍ତ ମ୍ୟାଚ୍‌ରେ ଭଗତ ନିଜ ଦେଶର ଖେଳାଳି ନିତେଶ କୁମାରଙ୍କୁ ୨୨-୨୦, ୧୮-୨୧, ୨୧-୧୯ରେ ପରାସ୍ତ କରି ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। ସେହିପରି, ନିତେଶ କୁମାର ମଧ୍ୟ ପ୍ରଶଂସନୀୟ ଖେଳ ପ୍ରଦର୍ଶନ କରି ଏହି ପ୍ରତିଯୋଗିତାର ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ କରିଛନ୍ତି। ସେହିପରି ତୀରନ୍ଦାଜୀରେ ଶୀତଳ ଦେବୀ ସ୍ବର୍ଣ୍ଣ ପଦକ ଜିତି ରେକର୍ଡ କରିଛନ୍ତି । ସେ ସିଙ୍ଗାପୁରର ଅଲିମ୍ ନୁର୍ ସ୍ୟାହିଦହଙ୍କୁ ପରାସ୍ତ କରିଛନ୍ତି ।

Related posts

ମହିଳା ଡବଲ୍ସ ବର୍ଗରେ ଚାମ୍ପିୟନ ହେଲେ ସାନିଆ

Odisha Sports Bureau

ଅଲଇଂଲଣ୍ଡ ବ୍ୟାଡମିଣ୍ଟନ୍, ସିନ୍ଧୁଙ୍କୁ ବିଦାୟର ପଥ ଦେଖାଇଲେ ସୁଙ୍ଗ୍ ଜି ହୁଆନ୍

ଇତିହାସ ରଚିବେ ଓଡିଆ ପୁଅ

Odisha Sports Bureau