Cricket

ଭବାନୀପାଟଣା ସ୍ଥିତ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ଠାରେ 19ବର୍ଷରୁ କମ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା

ଭବାନୀପାଟଣା : ଭବାନୀପାଟଣା ସ୍ଥିତ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ଠାରେ 19ବର୍ଷରୁ କମ ବୟସର ରାଜ୍ୟ ସ୍ତରୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି I ସଂଘର ସଭାପତି ପ୍ରଦୀପ ଦାସଙ୍କ ସଭାପତିତ୍ୱରେ ଉଦଘାଟିତ ହୋଇଯାଇଅଛି।ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୬୦ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ପି.ଅନ୍ୱେସା ରେଡ୍ଡୀ,ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ ସଂଘର ସମ୍ପାଦକ ସନ୍ଦିପ ମିଶ୍ର ଓସ.ଏସ.ବି.ଏ ନିରୀକ୍ଷକ ଶୈଳେନ୍ଦ୍ର ଚୌଧୁରୀ ଓ ସିଭମ ଅଗ୍ରୱାଲ ଉପସଭାପତି ଅରୁଣ ରଥ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବରେ ଇଣ୍ଡିଆନ ପୋଟାସ ଲିମିଟେଡ଼ ର ପ୍ରକଳ୍ପ ମୁଖ୍ୟ ଦୁର୍ଗା ପ୍ରସାଦ ଦ୍ବିବେଦୀ ତାଙ୍କ ସହଯୋଗୀ ପ୍ରିତମ କୁମାର ଦାସଙ୍କ ସହ ମଂଚାସୀନ ଥିଲେ I

ଏହି ଅବସରରେ ଜିଲ୍ଲାପାଳ ଜିଲ୍ଲା ତରଫରୁ ରାଜ୍ୟରେ ସର୍ବୋକୃଷ୍ଠ ପ୍ରଦର୍ଶନ ପାଇଁ ଅର୍ପିତ ପଣ୍ଡାଙ୍କୁ ସମ୍ମାନିତ କରିଥିଲେ।ଏହି ଅବସର ରେ ସଂଘର ସମସ୍ତ ବରିଷ୍ଠ ସଦସ୍ୟ ଓ କର୍ମକର୍ତ୍ତା ସହଯୋଗ କରିଥିଲେ।ବୈଷୟିକ ବିଭାଗ ଦାୟିତ୍ୱରେ ବହନ କରିଥିଲେ ଜୟନ୍ତ ମିଶ୍ର ଓ ତାଙ୍କୁ ସହଯୋଗ କରିଥିଲେ 16 ଜଣ ରାଜ୍ୟ ସ୍ବୀକୃତି ପ୍ରାପ୍ତ ଅଫିସିଆଲ। ଏହି ପ୍ରତିଯୋଗିତାଟି 27 ତାରିଖ ରୁ 29ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଆଜିର ପ୍ରଥମ ମ୍ୟାଚ କଳାହାଣ୍ଡିର ପିୟୁସ ମିଶ୍ର ଓ ଖୋର୍ଦ୍ଧାର ବରୁଣ ବିଶ୍ୱାଳଙ୍କ ମଧ୍ୟରେ ହୋଇଥିଲା। ଏଥିରେ ପୀୟୂଷ ମିଶ୍ର ୨୧-୧୨,୨୧-୦୯ ସେଟରେ ବିଜୟୀ ହୋଇଥିଲେ।

ସଙ୍ଘର ଅନ୍ୟ ମାନଙ୍କ ମଧ୍ୟରେ ସମୀର ସାହୁ, ମନୋରଞ୍ଜନ ଦାସ, ଦୀପକ ସାଗର କୁମାର, ସରୋଜ ମହାରଣା,ପରେଶ ପ୍ରଧାନ, ମନୋଜ ପଣ୍ଡା, ହେମନ୍ତ ମିଶ୍ର, ନାଗେଶ୍ୱର ପଟ୍ଟନାୟକ, ମାଣିକେଶ୍ବରୀ ମହାପାତ୍ର, ସାଇ ସିଂ ସାମନ୍ତ, ମହେଶ କୁକ୍ରେଜା, ଜିତେନ୍ଦ୍ର ମିଶ୍ର, ନରେଶ ସୁନାନୀ, ପାର୍ଥବ ସାହୁ, ଶକ୍ତି ପ୍ରସାଦ ଯୋଶୀ, ଅରୁଣ କୁମାର ସାହୁ, ରାକେଶ ବେମାଲ, ଅନିଶ ହାଁସଦା, ଶିବାଶିଷ ବିଶି, ଅଶୋକ ପତି,ସନ୍ଦୀପ ଦାସ, ଚୁମକି ଭଞ୍ଜ, ସଞ୍ଜୟ ମଲ୍ଲିକ, ରବି ସାହୁ,ଅମିତ ଜୈନ, ନରେନ୍ଦ୍ର ଦାଶ,ସୁନୀଲ ଅଗ୍ରୱାଲ, ଦେବରାଜ ଛତ୍ରିଆ, ଗୌରୀ ଶଙ୍କର ବିଶି, ଶୋଭନ ଦତ୍ତ, ଅଶୋକ ପଣ୍ଡା ତଥା ଅନ୍ୟାନ୍ୟ କର୍ମକର୍ତା ବିଭିନ୍ନ ଦାୟିତ୍ୱମାନ ନେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I

Related posts

WTC ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନକୁ ଖସିଲା ଭାରତ

Odisha Sports Bureau

ରୋହିତଙ୍କ ପରିବର୍ତ୍ତେ ଏହି ଖେଳାଳୀଙ୍କୁ ମିଳିପାରେ ସୁଯୋଗ

Odisha Sports Bureau

ପ୍ରଶଂସକଙ୍କୁ ଦେଶ ଛାଡ଼ି ଚାଲି ଯିବା ପ୍ରସଙ୍ଗରେ ବିରାଟଙ୍କୁ ସିଦ୍ଧୁଙ୍କ କଡ଼ା ଯବାବ୍

Odisha Sports Bureau