Hockey

ଭାରତୀୟ ହକି ଖେଳାଳିଙ୍କ ପାଇଁ ଓଡିଶା ସରକାରଙ୍କ ପୁରସ୍କାର ଘୋଷଣା

ଭୁବନେଶ୍ବର: ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ହକି ଦଳ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଓ ସପୋର୍ଟ ଷ୍ଟାଫଙ୍କୁ ୧୦ ଲକ୍ଷ ଟଙ୍କା ମିଳିବ। ତେବେ ଟିମ୍‌ରେ ଥିବା ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କୁ ସ୍ୱତନ୍ତ୍ର ଭାବେ ୪ କୋଟି ପ୍ରଦାନ କରାଯିବ।

ଏହାସହ ହକି ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡିଶା ଆସିବାକୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ।ଆଜି ସ୍ପେନ୍ ବିରୋଧରେ ବ୍ରୋଞ୍ଜ ପଦକ ପାଇଁ ହୋଇଥିବା ଲଢ଼େଇରେ ଅମିତ ରୋହିଦାସଙ୍କର ରହିଥିଲା ବଡ଼ ଯୋଗଦାନ। ସେ ଏକାଧିକ ଗୋଲ୍‌ରୁ ଦଳକୁ ରକ୍ଷା କରିଥିଲେ। ଭାରତୀୟ ହକି ଟିମ ଅଲିମ୍ପିକ୍ସରେ ଜିତିଛି ବ୍ରୋଞ୍ଜ ପଦକ ଜିତିଛି । ସ୍ପେନକୁ ୨-୧ ଗୋଲରେ ହରାଇ ଭାରତ ଏହି ସଫଳତା ହାସଲ କରିଛି । ଟୋକିଓ ପରେ ପ୍ୟାରିସ ଅଲମ୍ପିକ୍ସରେ ବି ଭାରତ ବ୍ରୋଞ୍ଜ ପଦକ ଜିତିଛି । ଲଗାତାର ଦୁଇଟି ଅଲିମ୍ପିକ୍ସରେ ଭାରତୀୟ ହକି ବ୍ରୋଞ୍ଜ ପଦକ ଜିତିଛି ।

Related posts

ଖେଳ ରତ୍ନା ପୁରସ୍କାର ଦୌଡରେ ମହିଳା ହକି କ୍ୟାପଟେନ ରାନୀ, ଭାଣ୍ଡାନା, ମୋନିକା ଏବଂ ହରମାନ

୧୩ ତମ ହକି ଇଣ୍ଡିଆ ଜୁନିୟର ପୁରୁଷ ଜାତୀୟ ଚାମ୍ପିଅନସିପ୍ ୨୦୨୩ ପାଇଁ ୧୮ ଜଣିଆ ଦଳ ଘୋଷଣା କରିଛି ଓଡିଶା ହକି ଆସୋସିଏସନ୍

Odisha Sports Bureau

ହକି ବିଶ୍ୱକପ ବେଲଜିୟମ ପ୍ରଥମ ଥର ବିଶ୍ୱ ବିଜୟୀ

Odisha Sports Bureau