Hockey

Paris 2024 Olympics: ପୁରୁଷ ହକିରେ ଭାରତକୁ ବ୍ରୋଞ୍ଜ

ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ ମିଳିଛି । ପୁରୁଷ ହକିରେ ଭାରତ ସ୍ପେନକୁ ୨-୧ରେ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛି ।  ଦୀର୍ଘ ୫୨ ବର୍ଷ ପରେ ଭାରତ କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସରେ ପଦକ ଜିତିବାକୁ ସକ୍ଷମ ହୋଇଛି। ୧୯୬୮ ଓ ୧୯୭୨ ପରେ ଭାରତ ବ୍ରୋଞ୍ଜ ଜିତିଥିଲା। ଏବେ ଟୋକିଓ(୨୦୨୦) ଓ ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଟିମ ବ୍ରୋଞ୍ଜ ପଦକ ଜିତି ଇତିହାସକୁ ଦୋହରାଇଛି।

ଆଜି ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ଭାରତୀୟ ହକି ଟିମ ସ୍ପେନକୁ ରୋମାଞ୍ଚକର ଢଙ୍ଗରେ ୨-୧ରେ ହରାଇ ନିଜର ଦମ ଦେଖାଇଛି। ଭାରତ ପକ୍ଷରୁ ଦୁଇଟି ଯାକ ଗୋଲ ଅଧିନାୟକ ହରମନପ୍ରୀତ ସିଂହ ଦେଇଛନ୍ତି। ସ୍ପେନ ଆଜିର ମ୍ୟାଚ୍‌ରେ ଆଗୁଆ ରହିଥିଲେ ହେଁ ଶେଷରେ ବିନା ପଦକରେ ପ୍ୟାରିସରୁ ବିଦାୟ ନେଇଛି।

Related posts

ପୁରୀ ଭ୍ରମଣ ପରେ ଶ୍ରୀମନ୍ଦିର ସାମ୍ନାରେ ଶୋଭା ପାଉଛି ହକି ବିଶ୍ୱକପ ଟ୍ରଫି

Odisha Sports Bureau

ଆଜି ଜାତୀୟ କ୍ରୀଡା ଦିବସ ;ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନ

Odisha Sports Bureau

ମହିଳା ହକି ଚାମ୍ପିଅନଶିପ୍ ଉଦ୍ଘାଟିତ

Odisha Sports Bureau