Hockey

ଆଜି ଜାତୀୟ କ୍ରୀଡା ଦିବସ ;ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନ

ଭୁବନେଶ୍ୱର; ଆଜି ଜାତୀୟ କ୍ରୀଡା ଦିବସ । ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନ । ଅଲିମ୍ପିକ୍ସରେ ହକି ପ୍ରତି ଧ୍ୟାନଚାନ୍ଦଙ୍କ ରହିଛି ଅତୁଳନୀୟ ଅବଦାନ । ୧୯୨୮ରୁ ଅଲିମ୍ପିକ୍ସରେ ଭାରତର ସ୍ୱର୍ଣ୍ଣ ଅଭିଯାନ ଆରମ୍ଭ ହୋଇଥିଲା । ତାଙ୍କ ବଳିଷ୍ଠ ଖେଳ ବଳରେ ୧୯୨୮,୧୯୩୨ ଏବଂ ୧୯୩୬ ମସିହାରେ ତିନୋଟି ଅଲିମ୍ପିକ୍ ସ୍ବର୍ଣ୍ଣ ପଦକ ଅର୍ଜନ କରିଥିଲା ଭାରତୀୟ ହକି ଟିମ୍ । ଧ୍ୟାନଚାନ୍ଦ ଆହ୍ଲାବାଦରେ ୨୯ ଅଗଷ୍ଟ ୧୯୦୫ ରେ ରାଜପୁତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ୧୯୮୦ ମସିହା ପର୍ୟ୍ୟନ୍ତ ଅଲିମ୍ପିକ୍ସରେ ଦଳର ଦବଦବା ରହିଥିଲା । ମୋଟ୍ ୮ଟି ସ୍ୱର୍ଣ୍ଣ ଜିତି ଭାରତ ରେକର୍ଡ କରିଥିଲା । ଏହା ପରେ ୨୦୦୮ ଅଲିମ୍ପିକ୍ସକୁ ପୁରୁଷ ହକି ଦଳ ଯୋଗ୍ୟତା ହାସଲ କରିପାରିନଥିଲା । ସେହିବର୍ଷ ସୁଟର ଅଭିନବ ବିନ୍ଦ୍ରା ବ୍ୟକ୍ତିଗତ ଇଭେଂଟରେ ସ୍ୱର୍ଣ୍ଣ ଜିତି ଭାରତୀୟ କ୍ରୀଡାରେ ନୂଆ ଇତିହାସ ରଚିଥିଲେ । ଏବେ ନୀରଜ ଚୋପ୍ରା ଆଥଲେଟିକ୍ସରେ ଆଣିଛନ୍ତି ବିପଳ୍ପ ।   ୧୯୫୬ ମସିହା ଅଗଷ୍ଟ ୨୯ ତାରିଖରେ ଭାରତ ସରକାର ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ । ଏକମାତ୍ର ଖେଳାଳି ଭାବେ ତାଙ୍କ ସମ୍ମାନର୍ଥେ ସ୍ମରଣୀୟ ଡାକ ଷ୍ଟାମ୍ପ ଓ କଭର୍ ଜାରି ହୋଇଛି ।

 

Related posts

ଇଣ୍ଡିଆର ସଭାପତି ଭାବେ ଦିଲୀପ ତିର୍କୀ ଦାୟିତ୍ୱ ନେବା ପରେ ହକିର ବିକାଶ ପାଇଁ ବଡ଼ବଡ଼ ପଦକ୍ଷେପ ନିଆଯାଉଛି

Odisha Sports Bureau

ଭୂବନେଶ୍ୱରରେ ପହଁଚିଲେ ଆର୍ଜେଣ୍ଟିନା ଦଳ, ସୁରକ୍ଷା ବ୍ୟବସ୍ଥା କଡାକଡି

Odisha Sports Bureau

କିଶୋର ଜେନା ଏବଂ ଅମିତ ରୋହିଦାସଙ୍କୁ ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା