Uncategorized

Olympics 2024: ରୌପ୍ୟ ଜିତିଲେ ନୀରଜ ଚୋପ୍ରା

ଭାରତର ଷ୍ଟାର ଜାଭେଲିନ୍ ପ୍ଲେୟାର ନୀରଜ ଚୋପ୍ରା ପ୍ୟାରିସ ଅଲିମ୍ପିକ ୨୦୨୪ରେ ରୌପ୍ୟ ପଦକ ହାସଲ କରିଛନ୍ତି । ୮ ଅଗଷ୍ଟ (ଗୁରୁବାର) ରେ ପ୍ୟାରିସର ଷ୍ଟେଡ୍ ଡି ଫ୍ରାନ୍ସରେ ଖେଳାଯାଇଥିବା ଫାଇନାଲରେ ନୀରଜ ତାଙ୍କର ଦ୍ୱିତୀୟ ପ୍ରୟାସରେ ୮୯.୪୫ ମିଟର ଫିଙ୍ଗିଥିଲେ । ଏହା ଚଳିତ ସିଜିନର ନୀରଜଙ୍କ ସର୍ବୋତ୍ତମ ଥ୍ରୋ ଥିଲା । କ୍ରମାଗତ ଦ୍ୱିତୀୟ ଅଲିମ୍ପିକ୍ ଗେମ୍ସରେ ନୀରଜ ପଦକ ଜିତିଛନ୍ତି।

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ରେ ପୁରୁଷ ଜାଭେଲିନ୍ ଥ୍ରୋରେ ପାକିସ୍ତାନର ଅର୍ଶଦ ନଦିମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଅର୍ଶଦ ନଦିମ ଦ୍ୱିତୀୟ ପ୍ରୟାସରେ ୯୨.୯୭ ମିଟର ଥ୍ରୋ କରିଥିଲେ, ଯାହା ଏକ ଅଲିମ୍ପିକ୍ ରେକର୍ଡ ।  Andreas THORKILDSEN ଙ୍କ ରେକର୍ଡ ଭାଙ୍ଗିଛନ୍ତି ଅର୍ଶଦ । ଅଗଷ୍ଟ ୨୩, ୨୦୦୮ ରେ ବେଜିଂ ଅଲିମ୍ପିକ୍ସରେ ୯୦.୫୭ ମିଟର ଜାଭେଲିନ୍ ଫିଙ୍ଗି ଆଣ୍ଡ୍ରିଆସ୍ ଏହି ରେକର୍ଡ ସୃଷ୍ଟି କରିଥିଲେ ।

Related posts

ଜାତୀୟ କ୍ରୀଡ଼ାରେ ସଫଳତା ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଜିମ୍ନାଷ୍ଟିକ ଷ୍ଟାର ପ୍ରଣତୀ ନାୟକ

Odisha Sports Bureau

ଭାରତ ୨୦୩୬ ମସିହା ଅଲିମ୍ପିକ୍ସ କ୍ରୀଡ଼ାର ଆୟୋଜନ ପାଇଁ ଆବେଦନ କରିବ

Odisha Sports Bureau

ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫୁଟବଲ ଭାରତ- ଲେବାନନ ଫାଇନାଲ