Weightlifting

ଏସୀୟ ଭାରୋତ୍ତୋଳନ ପାଇଁ ମୀନା ଓ ବିଦୁସ୍ମିତା ମନୋନୀତ

ଭୁବନେଶ୍ୱର-: ଜୁଲାଇ ୧ରୁ ୧୦ ତାରିଖ ପର୍ଯ୍ୟନ୍ତ କାଜାକସ୍ତାନର ଆସ୍ଥାନାଠାରେ ଖେଳାଯିବାକୁ ଥିବା ଏସୀୟ ଯୁବ ଓ କନିଷ୍ଠ ଭାରୋତ୍ତୋଳନ ପ୍ରତିଯୋଗିତା ଲାଗି ଓଡ଼ିଶାରୁ ମୀନା ସାନ୍ତା (ଏ) ଏବଂ ବିଦୁସ୍ମିତା ଭୋଇ ଭାରତୀୟ ଦଳରେ ମନୋନୀତ ହୋଇଛନ୍ତି। ମୀନା ୫୮ କିଲୋଗ୍ରାମ ଓଜନ ବର୍ଗରେ ଏବଂ ବିଦ୍ୟୁସ୍ମିତା ୬୩ କିଲୋଗ୍ରାମ ଓଜନ୍ ବର୍ଗରେ ଅଂଶଗ୍ରହଣ କରିବେ। ଜୁନ୍‌ ୨ ତାରିଖରେ ପଞ୍ଜାବର ପାଟିଆଲାଠାରେ ଅନୁଷ୍ଠିତ ଜାତୀୟ ଦଳର ଚୟନ ଶିବିରରେ ଓଡ଼ିଶାରୁ ୬ ଜଣ ଭାଗ ନେଇଥିବାବେଳେ ଏହି ୨ ଜଣ ପ୍ରଭାବୀ ପ୍ରଦର୍ଶନ କରି ଚୟନକର୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମୀନା କଳିଙ୍ଗ ଷ୍ଟାଡିୟମ୍‌ ଭାରେତ୍ତୋଳନ ଏଚ୍‌ପିସିରେ ଅଭ୍ୟାସ କରିବା ପରେ ଏବେ ପାଟିଆଲାର ଜାତୀୟ ଉତ୍କର୍ଷ କେନ୍ଦ୍ରରେ ଏବଂ ବୁଦୁସ୍ମିତା ଢ଼େଙ୍କାନାଳ ଏଚ୍‌ପିସି ସବ୍‌ସେଣ୍ଟର୍‌ରେ ତାଲିମ ନେଉଛନ୍ତି। ଉଭୟ ଖେଳାଳିଙ୍କୁ ଓଡ଼ିଶା ଭାରୋତ୍ତୋଳନ ସଂଘ ସଭାପତି ଇଂ ଚିତ୍ତରଂଜନ ସ୍ବାଇଁ ଅଭିନନ୍ଦନ ଜଣାଇଛନ୍ତି।

Related posts

ଭାରୋତ୍ତୋଳନରେ ଭାରତକୁ ମିଳିଲା ରୌପ୍ୟ ପଦକ

Odisha Sports Bureau