Running

ତାଇୱାନ୍ ଓପନ୍‌ରେ ଭାରତକୁ ୬ ସ୍ବର୍ଣ୍ଣ

ତାଇୱାନ-: ତାଇୱାନ ଆଥଲେଟିକ୍ସ ଓପନ୍ ପ୍ରତିଯୋଗିତାରେ ଭାରତୀୟ ଖେଳାଳି ପ୍ରଥମ ଦିନ ୬ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏସୀୟ ବିଜୟିନୀ ଜ୍ୟୋତି ୟାରାଜୀ ୧୦୦ ମିଟର୍ ବାଧା‌ଦୌଡ଼ରେ ଚମତ୍କାର ସମୟ (୧୨.୯୯ ସେକେଣ୍ଡ୍) ସହ ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ପୁରୁଷ ୧୧୦ ମିଟର୍ ବାଧାଦୌଡ଼ରେ ତେଜାସ ଶୀର୍ଷେ ନିଜ ଖେଳ ଜୀବନର ଦ୍ବିତୀୟ ଦ୍ରୁତତମ ସମୟ (୧୩.୫୨ ସେକେଣ୍ଡ୍) ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଶନିବାର ଭାରତ ପାଇଁ ମହିଳା ୧୫୦୦ ମିଟରରେ ପୂଜା (୪:୧୧.୬୫) ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଥିଲେ। ଟ୍ରିପଲ୍ ଜମ୍ପ୍‌ରେ ଅବଦୁଲ୍ଲା ଅବୁବାକର୍ (୧୬.୨୧ ମିଟର୍‌)ଙ୍କ ସହିତ ପୁରୁଷ ଓ ମହିଳା ୪ ଗୁଣା ୧୦୦ ମିଟର୍ ରିଲେ ଦଳ ମଧ୍ୟ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।

Related posts

ରୌପ୍ୟ ପଦକ ଅର୍ଜନ କରି ଦେଶ ତଥା ରାଜ୍ୟ ପାଇଁ ସୁନାମ ଅର୍ଜନ କରିଥିବା ଓଡ଼ିଆ ଖେଳାଳି ଶ୍ରାବଣୀ ନନ୍ଦଙ୍କୁ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୬ରେ ଇତିହାସ ରଚିଲେ ଗୁଲବୀର ସିଂହ, ହନୁମାନଙ୍କ ପ୍ରତି ଭକ୍ତିକୁ କହିଲେ ସଫଳତାର ମୂଳମନ୍ତ୍ର

Odisha Sports Bureau

କେନିଆର ଆଥଲେଟ୍ ସେବାଷ୍ଟିଆନ୍ ସାୱେ ଲଣ୍ଡନ ମାରାଥନରେ ଇତିହାସ ରଚିଛନ୍ତି

Odisha Sports Bureau