Hockey

ଭାରତୀୟ ପୁରୁଷ ହକି ଦଳର ବରିଷ୍ଠ ଖେଳାଳି ଲଳିତ କୁମାର ଉପାଧ୍ୟାୟ ଅନ୍ତର୍ଜାତିକ ହକିରୁ ଅବସର ଘୋଷଣା କରିଛନ୍ତି

ନୂଆଦିଲ୍ଲୀ-: ଭାରତୀୟ ପୁରୁଷ ହକି ଦଳର ବରିଷ୍ଠ ଖେଳାଳି ଲଳିତ କୁମାର ଉପାଧ୍ୟାୟ ଅନ୍ତର୍ଜାତିକ ହକିରୁ ଅବସର ଘୋଷଣା କରିଛନ୍ତି। ଆଣ୍ଟୱେର୍ପରେ ଭାରତ ରବିବାର ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକିରେ ବେଲ୍‌ଜିୟମ୍‌କୁ ୪-୩ ଗୋଲ୍‌ରେ ପରାସ୍ତ କରିବା ପରେ ଲଳିତ ନିଜର ଅବସର ଘୋଷଣା କରିଥିଲେ। ଟୋକିଓ ଏବଂ ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ସହିତ ବ୍ରୋଞ୍ଜ ପଦକ ଜିତିଥିବା ଉପାଧ୍ୟାୟ ଏହାକୁ ଏକ ଦଶନ୍ଧିରୁ ଅଧିକ ବ୍ୟାପୀ କ୍ୟାରିୟରର ଶେଷ କରିବାର ସମୟ ବୋଲି କହିଛନ୍ତି। ୨୦୧୪ ବିଶ୍ୱକପରେ ଡେବ୍ୟୁ କରୁଥିବା ଲଳିତଙ୍କ କ୍ୟାରିୟର ଆଧୁନିକ ଯୁଗରେ ଅନେକ ବଡ଼ ମାଇଲଖୁଣ୍ଟ ଅତିକ୍ରମ କରିଛି। ଏହି ଫରୱାର୍ଡ ଖେଳାଳି ଏକ ସୋସିଆଲ ମିଡିଆ ପୋଷ୍ଟ ସେୟାର କରି ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି।

ଲଳିତ ତାଙ୍କ ଅବସର ବାର୍ତ୍ତାରେ ଲେଖିଛନ୍ତି, ଏହି ଯାତ୍ରା ଏକ ଛୋଟିଆ ଗାଁରୁ ଆରମ୍ଭ ହୋଇଥିଲା। ଦୁଇଥର ଅଲିମ୍ପିକ୍‌ସ ପୋଡିୟମରେ ଛିଡ଼ାହେବା ଅବିସ୍ମରଣୀୟ ହୋଇ ରହିବ। ୨୬ ବର୍ଷ ପରେ ମୋ ସହର ବାରଣାସୀରୁ ଅଲିମ୍ପିଆନ ହେବା ମୋ ପାଇଁ ବେଶ୍‌‌ ସମ୍ମାନଜନକ ଥିଲା।

ଲଳିତଙ୍କ ଅବସରକୁ ନେଇ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କୀ କହିଛନ୍ତି, ‘ଲଳିତ ଆମ ପିଢିର ସବୁଠୁ ଉତ୍ସର୍ଗୀକୃତ ଫରୱାର୍ଡଙ୍କ ମଧ୍ୟରୁ ଅନ୍ୟତମ। ଅଲିମ୍ପିକ୍‌‌ ହେଉକି କୌଣସି ଲିଗ୍‌‌ ମ୍ୟାଚ୍‌‌; ସେ ସର୍ବଦା ଗର୍ବର ସହ ଭାରତୀୟ ଜର୍ସି ପରିଧାନ କରିଥାଆନ୍ତି।

 

View this post on Instagram

 

A post shared by Lalit Upadhyay (@14__lalit)

Related posts

ହକିବିଶ୍ୱ କପ୍ ପାଇଁ ବଢୁଛି କ୍ରେଜ୍ । ଭୁବନେଶ୍ୱରରେ ପହଞ୍ଚିଲେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଦଳ ।

Odisha Sports Bureau

ଜାପାନକୁ ୫-୧ ଗୋଲ୍ରେ ମାତ୍ ଦେଇଛି ଭାରତ

Odisha Sports Bureau

ଆଜି ଭାରତ-ପାକିସ୍ତାନ ମୁହାଁମୁହିଁ

Odisha Sports Bureau