ନୂଆଦିଲ୍ଲୀ-: ୫ ବର୍ଷ ଧରି ଜଣେ ମହିଳାଙ୍କୁ ଯୌନ ଶୋଷଣ ଦେଉଥିବା ମାମଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ବୋଲର ୟଶ୍ ଦୟାଲଙ୍କୁ ଆଶ୍ବସ୍ତି ମିଳିଛି। ଏହି ମାମଲାରେ ଆହ୍ଲାବାଦ ହାଇକୋର୍ଟ ମଙ୍ଗଳବାର ୟଶ୍ ଦୟାଲଙ୍କ ଗିରଫଦାରୀ ଉପରେ ରହିତାଦେଶ ଦେଇଛନ୍ତି । ଜଷ୍ଟିସ୍ ସିଦ୍ଧାର୍ଥ ବର୍ମା ଓ ଜଷ୍ଟିସ୍ ଅନିଲ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଗାମୀ ତାରିଖ ପର୍ଯ୍ୟନ୍ତ ୟଶ୍ଙ୍କୁ ଗିରଫ ନ କରିବାକୁ ଆଦେଶ ଦେଇଛନ୍ତି । ବିବାହ ପ୍ରତିଶ୍ରୁତି ଦେଇ ୫ ବର୍ଷ ଧରି ସମ୍ପର୍କ ରଖିବା ପରେ ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେଇଥିବା ନେଇ ଜଣେ ମହିଳା ଗାଜିଆବାଦର ଇନ୍ଦିରାପୁରମ ପୋଲିସ ଷ୍ଟେସନ୍ରେ ୨୭ ବର୍ଷୀୟ ୟଶ୍ଙ୍କ ବିରୋଧରେ ଅଭିଯୋଗ କରିଥିଲେ ।