Cricket

ସ୍ୱାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ସାମ୍ବାଦିକ ଏକାଦଶ ଓ ପୌର ପରିଷଦ ଏକାଦଶଙ୍କ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ

ଗଜପତି:- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ସ୍ୱାୟତ ଶାସନ ଦିବସ ଉପଲକ୍ଷେ ଗଣମାଧ୍ୟମ ଏକାଦଶ  ଓ ମ୍ୟୁନିସିପାଲ କାଉନସିଲ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପାରଳା ବିଧାୟକ ଇଂ ରୁପେଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିବା ବେଳେ ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ୍ମଣ ମୁର୍ମୁ ମଧ୍ୟ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମେ ବିଧାୟକ ଇଂ ରୁପେଶ ପାଣିଗ୍ରାହୀ ଓ ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠି କ୍ରିକେଟ ଖେଳି ଖେଳର ଶୁଭ ଆରମ୍ଭ କରିଥିଲେ । ଏହା ପରେ ଦୁଇ ଦଳର ଅଧିନାୟକ ଟଚ୍ ପକାଇ ମ୍ୟାଚ ଆରମ୍ଭ କରିଥିଲେ । ସାମ୍ବାଦିକ ଏକାଦଶ ଟଚ୍ ଜିତି ପ୍ରଥମେ ବେଟିଂ କରି ୧୫ ଓଭରରେ ୯୬ ରନ୍ କରିଥିବା ବେଳେ ପୌର ପରିଷଦ ଏକାଦଶ  ୧୧ ଓଭରରେ ୯୭ ରନ୍ କରି ବିଜୟ ହାସଲ କରିଥିଲେ ।

Related posts

ଯଶ୍ୱସୀଙ୍କ ଟେଷ୍ଟରେ ଟିମରେ ଚୟନପରେ ବାପା କାନ୍ଦି ପକାଇଥିଲେ

Odisha Sports Bureau

ଭାରତକୁ ୨୯୯ ରନର ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ

Odisha Sports Bureau

ଡେଭିଡ ୱାର୍ଣ୍ଣରଙ୍କୁ ବ୍ଲକ କଲା କାବ୍ୟା ମାରସନ ଟିମ

Odisha Sports Bureau