Cricket

ଏସିଆ କପ ବିବାଦକୁ ନେଇ କାର୍ଯ୍ୟାନୁଷ୍ଠାନ ନେଲା ଆଇସିସି

ଦୁବାଇରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ବୈଠକ ଆରମ୍ଭ ହୋଇଛି। ବୈଠକ ସମୟରେ ଏସିଆ କପ୍ ବିବାଦ ଉଠିଥିଲା। ଏହାପରେ ଆଇସିସି ପାକିସ୍ତାନୀ କ୍ରିକେଟରଙ୍କୁ ନୋଟିସ ଜାରି କରିଛି। ଏସିଆ କପ୍ ୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଫାଇନାଲ ସମେତ ତିନୋଟି ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍ ସମୟରେ ଖେଳାଳିମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଯାହା ବିରୁଦ୍ଧରେ ଆଇସିସି ଏହାର ଆଚରଣ ସଂହିତା ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। ଦୁବାଇରେ ଚାଲିଥିବା ଏହି ବୈଠକରେ, ଭାରତ-ପାକିସ୍ତାନ ମ୍ୟାଚ୍ ସମୟରେ ଖେଳାଳିଙ୍କ ଦ୍ୱାରା ଆଚରଣ ସଂହିତା ଉଲ୍ଲଂଘନ ମାମଲା ଉପରେ ଆଇସିସି ନିଷ୍ପତ୍ତି ନେଇଛି। ଆଇସିସି ତାଙ୍କ ନିଷ୍ପତ୍ତିରେ କହିଛି ଯେ ସୂର୍ୟ୍ୟକୁମାର ଯାଦବ, ଜସପ୍ରିତ ବୁମରା, ଅର୍ଶଦୀପ ସିଂହଙ୍କ ସମେତ ବିଭିନ୍ନ ମ୍ୟାଚ୍‌ରେ ମୋଟ ୫ ଜଣ ଖେଳାଳିଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯାଇଛି।

ଏହି ସମସ୍ତ ମାମଲା ସେପ୍ଟେମ୍ବର ୨୦୨୫ରେ ଖେଳାଯାଇଥିବା ତିନୋଟି ଏସିଆ କପ୍ ମ୍ୟାଚ୍ ସହିତ ଜଡିତ। ଅର୍ଥାତ୍ ସେପ୍ଟେମ୍ବର ୧୪, ସେପ୍ଟେମ୍ବର ୨୧ ଏବଂ ସେପ୍ଟେମ୍ବର ୨୮। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପର ପ୍ରଥମ ମୁକାବିଲା ସେପ୍ଟେମ୍ବର ୧୪ରେ ହୋଇଥିଲା। ମ୍ୟାଚ୍ ରେଫରି ରିଚି ରିଚାର୍ଡସନ୍ ଏହି ମ୍ୟାଚ୍ ସମୟରେ ଘଟିଥିବା ବିବାଦ ସମ୍ପର୍କରେ ଏକ ଶୁଣାଣି କରିଥିଲେ। ଏଥିରେ ସୂର୍ୟ୍ୟକୁମାର ଯାଦବଙ୍କୁ ଆଇସିସି ଆଚରଣ ସଂହିତାର ଧାରା ୨.୨୧ ଉଲ୍ଲଂଘନ କରିଥିବାରୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଯାହା ଖେଳକୁ ନିନ୍ଦିତ କରୁଥିବା ଆଚରଣ ସହିତ ଜଡିତ। ସମାନ ଧାରା ଉଲ୍ଲଂଘନ କରିବା ପାଇଁ ସାହିବଜାଦା ଫରହାନ (ପାକିସ୍ତାନ)ଙ୍କୁ ଏକ ସରକାରୀ ଚେତାବନୀ ଏବଂ ଗୋଟିଏ ଡିମେରିଟ୍ ପଏଣ୍ଟ ଦିଆଯାଇଥିଲା। ସମାନ ଉଲ୍ଲଂଘନ ପାଇଁ ହାରିସ୍ ରୌଫ (ପାକିସ୍ତାନ)ଙ୍କୁ ମଧ୍ୟ ଏକ ଡିମେରିଟ୍ ପଏଣ୍ଟ ଦିଆଯାଇଥିଲା। ଆଇସିସି ପାକିସ୍ତାନୀ ଦ୍ରୁତ ବୋଲର ହାରିସ ରଉଫଙ୍କୁ ସେପ୍ଟେମ୍ବର ୧୪ ଏବଂ ସେପ୍ଟେମ୍ବର ୨୮ ତାରିଖର ମ୍ୟାଚ୍ ପାଇଁ ଦଣ୍ଡ ଶୁଣାଇଛି ।

Related posts

ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବଇ ଇଣ୍ଡିଆନ୍ସ

ଚର୍ଚ୍ଚାରେ ଅଷ୍ଟ୍ରେଲିଆ ଖେଳାଳୀଙ୍କ ସେଲିବ୍ରେସନ

Odisha Sports Bureau

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଧୋନିଙ୍କ ଭିଡିଓ

Odisha Sports Bureau