Cricket

ସୂର୍ଯ୍ୟକୁମାରଙ୍କ ପ୍ରଦର୍ଶନକୁ ନେଇ ସବୁଠି ଚର୍ଚ୍ଚା

ମୁମ୍ବାଇ: ଆରମ୍ଭ ହେବାକୁ ଯାଉଛି ବିଶ୍ୱକପ୍ । ହେଲେ ପ୍ଲେଇଂ ଇଲେଭେନରେ ତା’ ପୁଣି ମିଡିଲ ଅର୍ଡରରେ କିଏ ହେବେ ଦଳ ପାଇଁ ଭରସାଯୋଗ୍ୟ ବ୍ୟାଟର ତାକୁ ନେଇ ଚର୍ଚ୍ଚା ବଢିଛି । ସେପ୍ଟେମ୍ବର ୨୭ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ତୃତୀୟ ଦିନିକିଆ ଖେଳିବ । ହେଲେ ପ୍ରଥମ ଦୁଇଟି ମ୍ୟାଚରେ ଟିମ୍ ଇଣ୍ଡିଆର ସ୍କାଏ ଅର୍ଥାତ ସୂର୍ଯ୍ୟ କୁମାର ଯାଦବଙ୍କ ପ୍ରଦର୍ଶନକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏହି ବ୍ୟାଟର ଯେଉଁଭଳି ପ୍ରଦର୍ଶନ କରିଛନ୍ତି ତାହା ଏବେ ପ୍ରଶଂସାଯୋଗ୍ୟ । ଯଦିଓ ଦିନିକିଅ ।ରେ ତାଙ୍କ ପ୍ରଦର୍ଶନ ଭଲ ନୁହେଁ । କିନ୍ତୁ ଏହି ବିଧ୍ୱ୍ଂସୀ ବ୍ୟାଟର ଅଷ୍ଟ୍ରେଲିଆ ବିପକ୍ଷରେ ଯେଉଁଭଳି ପ୍ରଦର୍ଶନ କରିଛନ୍ତି ତାହା ଏବେ ସମସ୍ତଙ୍କୁ ଚକିତ କରିଛି । ଗତ ମ୍ୟାଚରେ ଲଗାତର ୪ଟି ଛକା ମାରିବା ସହ ଅର୍ଦ୍ଧଶତକ କରିବା କ୍ରିକେଟ ପ୍ରେମୀଙ୍କୁ ଅଧିକ ଆକର୍ଷିତ କରିଛି ।

ଦିନିକିଅ।ରେ ସ୍କାଏଙ୍କ ପାଖରୁ ୧୯ ମାସ ହେବ । ଯେଉଁ ପ୍ରଦର୍ଶନକୁ ତାଙ୍କ ପ୍ରଶଂସକ ଅପେକ୍ଷା କରିଥିଲେ । ସେ ତାହା ଏବେ ଭ୍ରମଣକାରୀ ଦଳ ବିପକ୍ଷରେ କରି ଦେଖାଇଛନ୍ତି । ଗତ ଦୁଇଟି ମ୍ୟାଚରେ ସେ ୫୦ ଓ ୭୬ ରନ୍ର ଇଂନିସ ଖେଳିଛନ୍ତି । ତେଣୁ ଏବେ ସବୁଠି ଗୋଟିଏ ପ୍ରଶ୍ନ ଯେ ସ୍କାଏ ବିଶ୍ୱକପ ମ୍ୟାଚର ପ୍ଲେଇିଂ ଇଲେଭେନରେ ସାମିଲ ହେବେ କି ନାହିଁ । ଆଉ ସେ ଦଳ ପାଇଁ ମିଡିଲ ଅର୍ଡରରେ ଭଲ ପ୍ରଦର୍ଶନ କରିବା ସହିତ ଜଣେ ଭଲ ମ୍ୟାଚ ଫିନିସର ହୋଇପାରିବେ ବୋଲି କୁହାଯାଉଛି । ସୁରେଶ ରାଇନା, ଏମ ଏସ ଧୋନୀଙ୍କ ଭଳି ଖେଳାଳି ଅବସର ନେବା ପରେ ଦିନିକିଅ ।ରେ ଟିମ୍ ଇଣ୍ଡିଅ । ପାଇଁ ବଡ ଚ୍ୟାଲେଞ୍ଜ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ।

Related posts

ବାଂଲାଦେଶ ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଛି ଝଟକା

Odisha Sports Bureau

ଭାରତର ୨୩୮ ରନ୍‌ର ବିଶାଳ ସ୍କୋର, ଅଭିଷେକ ଶର୍ମାଙ୍କ ୮୪ ରନ୍‌ର ଧୂଆଁଧାର ଇନିଂସ

Odisha Sports Bureau

ଲୋକେ କିଛି ବି କୁହନ୍ତୁ ମୋତେ ଫରକ୍ ପଡେନାହିଁ: ଶିଖର ଧାୱନ

Odisha Sports Bureau