Cricket

ବିଦର୍ଭକୁ ହରାଇବାକୁ ଓଡ଼ିଶା ସମ୍ମୁଖରେ ୩୪୫ ରନ୍‌ର କଷ୍ଟସାଧ୍ୟ ଲକ୍ଷ୍ୟ

ଭୁବନେଶ୍ବର: ଓଡ଼ିଶା ସମ୍ମୁଖରେ ୩୪୫ ରନ୍‌ର କଷ୍ଟସାଧ୍ୟ ଲକ୍ଷ୍ୟ ଦେଇଛି ବିଦର୍ଭ। ଚାମ୍ପିଅନ୍ ବିଦର୍ଭ ବିପକ୍ଷରେ ବିଜୟୀ ହେବା ଓଡ଼ିଶା ପକ୍ଷରୁ ସମ୍ଭବ ହେବନ ନାହିଁ । ବିଜୟ ଲକ୍ଷକୁ ପିଛା କରି ଓଡ଼ିଶା ‌ତୃତୀୟ ଦିନ ଶେଷ ସୁଦ୍ଧା କୌଣସି ୱିକେଟ୍ ନ ହରାଇ ୪୪ ରନ୍ ସଂଗ୍ରହ କରିଛି। ମଙ୍ଗଳବାର ଶେଷ ଦିନରେ ଓଡ଼ିଶାକୁ ଆଉ ୩୦୧ ରନ୍ ଏବଂ ବିଦର୍ଭକୁ ୧୦ ୱିକେଟ୍ ଆବଶ୍ୟକ ପଡୁଛି। ଯଦି ଓଡ଼ିଶା ‌ଜିତି ନପାରେ ତେବେ ମ୍ୟାଚ୍‌ ଡ୍ର’ ରଖି ସମ୍ମାନ ବଞ୍ଚାଇବା ପାଇଁ ଓଡ଼ିଶାକୁ ମଙ୍ଗଳବାରର ସମସ୍ତ ୯୦ ଓଭର ‌ବ୍ୟାଟିଂ କରିବାକୁ ପଡିବ।

2024-25 Ranji Trophy Semi-finals Result Updates: Vidarbha and Kerala reach  final; Kerala won by 80 runs vs Mumbai, Kerala qualifies for its first ever  final

ସୋମବାର ଓଡ଼ିଶା ଏହାର ପୂର୍ବଦିନର ପ୍ରଥମ ପାଳି ସ୍କୋର୍‌ ୧୨୨/୬ରୁ ଖେଳିବା ପରେ ବି‌ଶେଷ କିଛି କରିପାରି ନଥିଲା। ୧୬୦ ରନ୍‌ରେ ଦଳ ସମସ୍ତ ୱିକେଟ୍ ହରାଇ ଦେଇଥିଲା। କେବଳ ୭ ନମ୍ବର ବ୍ୟାଟର୍ ସମ୍ବିତ ବରାଳ କିଛି ସମୟ ଲଢ଼ି ଓଡ଼ିଶା ଦ୍ବିତୀୟ ପାଳିର ଦ୍ବିତୀୟ ସର୍ବାଧିକ ୨୯ ରନ୍ (୪୪ ବଲ୍‌, ୫ ଚୌକା) ସଂଗ୍ରହ କରିଥିଲେ। ସକାଳେ ପ୍ରଥମ ବଲ୍‌ରେ ଯୁବ ସ୍ପିନର୍ ଗୌରବ ଫର୍ଦେଙ୍କ ବଲ୍‌ରେ ରାଜେଶ ମହାନ୍ତି ଆଉଟ୍ ହୋଇଯିବା ପରେ ଓଡ଼ିଶା ସଂଘର୍ଷ ଜାରି ରଖିଛି ।

Watch Vidarbha vs Odisha: Day 2, Highlights video

Related posts

ଭାରତ ରତ୍ନଙ୍କୁ ଜନ୍ନଦିନ ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ

Odisha Sports Bureau

IND vs NZ T20: ଭାରତକୁ ୨୦୯ ରନର ଟାର୍ଗଟେ୍ ଦେଲା କିୱି ଦଳ

Odisha Sports Bureau

ଆଣ୍ଠୁ ରେ ଆହାତ ଲାଗିଥିବା ଯୋଗୁ ଦିନିକିଆ ବିଶ୍ୱକପରୁ ବାଦ ପଡିଲେ କେନ୍ ୱିଲିୟମସନ