Cricket

ଆଜିଠୁ ଭାରତ-ଦକ୍ଷିଣଆଫ୍ରିକା ଦିନିକିଆ ସିରିଜ, ରାଞ୍ଚିରେ ପ୍ରଥମ ମ୍ୟାଚ

ଆଜିଠୁ ଭାରତ-ଦକ୍ଷିଣଆଫ୍ରିକା ଦିନିକିଆ ସିରିଜ । ରାଞ୍ଚିରେ ଖେଳାଯିବ ପ୍ରଥମ ମ୍ୟାଚ । ଲୋକେଶ ରାହୁଲଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ଆଜି ୩ ଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ରାଞ୍ଚିରେ ଖେଳାଯିବ । ଅଭିଜ୍ଞ ରୋହିତ ଶର୍ମା ଏବଂ ବିରାଟ କୋହଲି ଏହି ସିରିଜରେ ଖେଳିବେ । ଧଳାବଲ୍‌ କ୍ରିକେଟ୍‌ରେ ଭାରତର ପ୍ରାଧାନ୍ୟ ରହିଥିଲେ ମଧ୍ୟ ଉତ୍ସାହିତ ଦକ୍ଷିଣ ଆଫ୍ରିକାକୁ ହେୟ ମନେକରିବା ଭୁଲ ହେବ। ଏହି ଶୃଙ୍ଖଳା ମଧ୍ୟ ସାମ୍ପ୍ରତିକ ସମୟରେ ପୂର୍ବଭଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପ୍ରଦର୍ଶନ ଚର୍ଚ୍ଚାରେ ରହିବ। ଅଷ୍ଟ୍ରେଲିଆ ବିପକ୍ଷ ଗତ ଶୃଙ୍ଖଳାରେ ଉଭୟ ଭଲ ଖେଳିଥିବାରୁ ପ୍ରଶଂସକମାନେ ବି ଏମାନଙ୍କଠାରୁ ଘରୋଇ ମାଟିରେ ବି ଚମକ ଦେଖିବାକୁ ପସନ୍ଦ କରିବେ।

ଶୁଭମନ ଗିଲଙ୍କ ଅନୁପସ୍ଥିତିରେ କେଏଲ ରାହୁଲ ସିରିଜର ଅଧିନାୟକ ଦାୟିତ୍ଵ ସମ୍ଭାଳିବେ । ଏହା ସହ ଓ୍ଵିକେଟ୍ କିପିଂ ମଧ୍ୟ କରିବେ । ଗିଲଙ୍କ ଅନୁପସ୍ଥିତିରେ ରୋହିତ ଶର୍ମାଙ୍କ ସହ ଯଶସ୍ଵୀ ଜୟସ୍ଵାଲ ଓପନିଂ କରି ପାରନ୍ତି । ରୋହିତ ଓ ଜୟସ୍ଵାଲ ଓପନିଂ କଲେ ରାଇଟ୍ ଏବଂ ଲେଫ୍ଟ ସମନ୍ଵୟ ମଧ୍ୟ ରହିବ । ନମ୍ବର ୩ରେ ଖେଳିବେ ବିରାଟ କୋହଲି । ଚାମ୍ପିଅନ୍ସ ଟ୍ରଫି, ଏସିଆ କପ୍ ବିଜୟ ସହିତ ଭାରତୀୟ ଦଳ ସାମ୍ପ୍ରତିକ ସମୟରେ ଅପ୍ରତିଦ୍ବନ୍ଦ୍ବୀ ରହିଛି । ୨୦୨୩ ଦିନିକିଆ ବିଶ୍ବକପ୍ ହାରିବା ପରଠାରୁ ଭାରତ ଏହି ଫର୍ମାଟ୍‌ରେ ପ୍ରାଧାନ୍ୟ ବିସ୍ତାର କରିଛି । ୨୦୨୭ ବିଶ୍ବକପ୍‌ ପର୍ଯ୍ୟନ୍ତ ରୋହିତ ଶର୍ମା ଓ ବିରାଟ କୋହଲି ଖେଳିପାରିବେ କି ନା ନିଶ୍ଚିତ ଏହି ଶୃଙ୍ଖଳା ସେମାନଙ୍କ ପାଇଁ ନିର୍ଣ୍ଣାୟକ ହେବ । ଏହି ଦୁହିଁଙ୍କ ଭଳି ଦକ୍ଷିଣ ଆଫ୍ରିକା ଦୃଷ୍ଟିକୋଣରୁ ମାଥ୍ୟୁ ବ୍ରିଜ୍‌କେଙ୍କ ଉପରେ ବି ନଜର ରହିଛି । ଶ୍ରେୟସ ଆୟର ଆହତ କାରଣରୁ ଏହି ସିରିଜ୍ ଖେଳିବେ ନାହିଁ । ଏମିତିରେ ନମ୍ବର ୪ରେ ବ୍ୟାଟିଂ ପାଇଁ ୩ ଜଣ ଦାବିଦାର ଅଛନ୍ତି । ଋତୁରାଜ ଗାଏକ୍ଵାଡ଼, ତିଳକ ବର୍ମା ଓ ଋଷଭ ପନ୍ତ ଅଛନ୍ତି । ନମ୍ବର ୬ ପାଇଁ ମଧ୍ୟ ଏହି ତିନି ଖେଳାଳି ଦାବିଦାର ଅଛନ୍ତି ।

କିନ୍ତୁ ନମ୍ବର ୪ ପାଇଁ ଋତୁରାଜ ଗାଏକ୍ଵାଡ଼ଙ୍କୁ ସୁଯୋଗ ମିଳିପାରେ । ରାଞ୍ଚି ନିଜର ଷଷ୍ଠ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜନ କରିବାକୁ ଯାଉଛି। ପୂର୍ବରୁ ଥରେ ମାତ୍ର ୩୦୦ରୁ ଊର୍ଧ୍ବ ସ୍କୋର୍‌ ହୋଇଛି। କିନ୍ତୁ ୨୭୦/୨୮୦ ରନ୍‌ ପଶ୍ଚାତ୍‌ଧାବନ ବି ଏଠାରେ ସେତେ ସହଜ ହୋଇନଥାଏ। ସାଧାରଣତଃ ଏଠାକାର ପିଚ୍‌ ମନ୍ଥର ରହିଥାଏ। ଶେଷ ୩ଟି ଦିନିକିଆରେ ୱାସିଂଟନ୍ ସୁନ୍ଦର ଭାରତର ବୋଲିଂ ଓପନ୍‌ କରିଛନ୍ତି। ରାଞ୍ଚିରେ ପାଗ ଭଲ ରହିଛି କ୍ରିକେଟ୍ ଖେଳ ପାଇଁ, କିନ୍ତୁ କାକର ଭୂମିକା ନିର୍ଣ୍ଣାୟକ ହୋଇପାରେ। ଟସ୍ ଜିତିଲେ ପ୍ରଥମେ ବ୍ୟାଟିଂ କରିବା କିଛି ମନ୍ଦ ପସନ୍ଦ ବି ହେବ ନାହିଁ। ୨୦୦୬ ମସିହାର ପରଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ୧୦ଟି ଦ୍ବିପାକ୍ଷିକ ଶୃଙ୍ଖଳା ଖେଳିଛନ୍ତି। ସ୍କୋର୍‌ଲାଇନ୍ ଏବେ ୫-୫ରେ ରହିଛି। ତେମ୍ବା ବଭୂମା ଆଉ ୫୯ ରନ୍ କଲେ, ଦକ୍ଷିଣ ଆଫ୍ରିକାର ୨୨ତମ ଖେଳାଳି ଭାବେ ଦିନିକିଆରେ ୨୦୦୦ ରନ୍‌ ପୂରଣ କରିବେ।

Related posts

ମେଲବର୍ଣ୍ଣ ଗ୍ରାଉଣ୍ଡରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ନିର୍ଣ୍ଣାୟକ ଲଢେଇ

Odisha Sports Bureau

‘ଆଇସିସି କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩’: ଟସ୍‌ ଜିତି ବୋଲିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଛି ବାଂଲାଦେଶ

Odisha Sports Bureau

ସେମିଫାଇନାଲ ସହ ସମାନ ଶ୍ରୀଲଙ୍କା-ପାକ୍ ମ୍ୟାଚ

Odisha Sports Bureau