Cricket

ଚଣ୍ଡିଗଡ଼ରେ ହେବ ଜୋରଦାର ଲଢେଇ

ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ ମୁକାବିଲା । ବାରବାଟୀ ପରେ ଆଜି ଚଣ୍ଡିଗଡ଼ ରେ ମୁହାଁମୁହିଁ ହେବେ ଭାରତ-ସାଉଥ ଆଫ୍ରିକା । ବାରବାଟୀରେ ଏକପାଖିଆ ଜିତି ସିରିଜରେ ୧-୦ରେ ଆଗୁଆ ଅଛି ଭାରତୀୟ ଦଳ । ଚଣ୍ଡିଗଡ଼ରେ ବି ବିଜୟଧାର ବଜାୟ ରଖିବାକୁ ଲକ୍ଷରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ ଜିତି ସୂର୍ଯ୍ୟବାହିନୀର ମନୋବଳ ଦୃଢ ରହିଛି । ବାରବାଟୀରେ ୧୦୧ ରନ୍‌ର ବଡ଼ ବିଜୟ ହାସଲ କରିବା ପରେ ଭାରତୀୟ କ୍ରିକେଟ୍ ଦଳ ଏବେ ଦ୍ୱିତୀୟ ଟି-୨୦ ଉପରେ ନଜର ପକାଇଛି ।

India vs South Africa 2nd T20I - Match Preview: Both Teams Brace for  Testing Conditions in Mullanpur's First Men's International

ତେବେ ନୂଆକରି ଗଠିତ ନୂଆ ଚଣ୍ଡିଗଡର ମୁଲାନପୁରର ମହାରାଜା ଯାଦବେନ୍ଦ୍ର ସିଂହ ଅନ୍ତର୍ଜାତୀୟ ଷ୍ଟଡ଼ିୟମ୍ ରେ  ଖେଳାଯିବ ଦ୍ୱିତୀୟ ମ୍ୟାଚ୍‌ । ନୂଆ ଚଣ୍ଡିଗଡ଼ର ପିଚ୍‌ ବ୍ୟାଟିଂ ସହାୟକ ହେବ। ପିଚ୍‌ ଶୁଖିଲା ଥିବାରୁ ଏବଂ କାକରର କମ୍‌ ପ୍ରଭାବ ହେବାର ଥିବାରୁ ଏଠାରେ ଅଧିକ ରନ୍‌ ହୋଇପାରେ । ଉଭୟ ଦଳ ଟସ୍ ଜିତି ବ୍ୟାଟିଂକରି ବଡ଼ ସ୍କୋର୍‌ କରିବାକୁ ଚାହିଁବେ । ଚାରି ବର୍ଷ ତଳେ ମୁଲାନ୍‌ପୁର ରେ ଏହି ଷ୍ଟାଡିୟମ୍‌ ନିର୍ମିତ ହୋଇଥିଲା । ଅଦ୍ୟାବଧି ଏଠାରେ କୌଣସି ପୁରୁଷ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳା ଯାଇନାହିଁ । କିନ୍ତୁ ଏହା ପଞ୍ଜାବ କିଙ୍ଗ୍‌ସର ଘରୋଇ ଗ୍ରାଉଣ୍ଡ ହୋଇଥିବାରୁ ଏଠାରେ ଅଧିକାଂଶ ଭାରତୀୟ କ୍ରିକେଟର ଆଇପିଏଲ୍‌ ମ୍ୟାଚ୍‌ ଖେଳିଛନ୍ତି ।

It's a pity that it had to happen...': Gutted Aiden Markram blames  teammates after South Africa's humiliating 101-run defeat against India in  1st T20I - SportsTak

Related posts

ଏସିଆ କପ୍ : ବାଂଲାଦେଶକୁ ୭ ଓ୍ବିକେଟରେ ହରାଇଲା ପାକିସ୍ତାନ

Odisha Sports Bureau

ନଭେମ୍ବର ୪ ତାରିଖରେ ଭାରତୀୟ ମହିଳା କ୍ରିକେଟ୍ ଦଳ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ

Odisha Sports Bureau

ବାବର ଆଜମଙ୍କ ରାଗିବା ମହଙ୍ଗା ପଡ଼ିଲା, ICC ନେଲା କାର୍ଯ୍ୟାନୁଷ୍ଠାନ, ମିଳିଲା ଦଣ୍ଡ

Odisha Sports Bureau