Cricket

ମିନି-ଅକ୍ସନରେ ବାଦ ପଡ଼ିଛନ୍ତି ଅନେକ ଆଗଧାଡ଼ିର ଖେଳାଳି

ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୬ ପାଇଁ ଆବୁଧାବିର ଏତିହାଦ ଆରେନାରେ ମିନି-ଅକ୍ସନ ଆରମ୍ଭ ହୋଇଛି । ନିଲାମ ତାଲିକାରେ ୩୬୯ ଖେଳାଳି ରହିଥିବା ବେଳେ ୭୭ ଟି ସ୍ଲଟ୍ ଖାଲି ରହିଛି । ମିନି ନିଲାମରେ ଅଷ୍ଟ୍ରେଲିଆର କ୍ୟାମେରନ୍ ଗ୍ରୀନଙ୍କ ଉପରେ ହୋଇଛି ଟଙ୍କା ବର୍ଷା । ସେ ଆଇପିଏଲ୍ ୨୦୨୬ ଇତିହାସରେ ସବୁଠୁ ଦାମୀ ଖେଳାଳିଙ୍କ ତାଲିକାରେ ସାମିଲ୍ ହୋଇଛନ୍ତି । କୋଲକାତା ନାଇଟ୍ ରାଇଡର୍ସ ୨୫.୨୦ କୋଟିରେ ତାଙ୍କୁ କିଣିଛି । ଯେଉଁଠି କ୍ୟାମେରୁନ୍ ଗ୍ରୀନ୍ ଅକ୍ସନ୍ ଇତିହାସର ସବୁଠୁ ଦାମୀ ବିଦେଶୀ ଖେଳାଳି ଭାବେ ବିକ୍ରି ହୋଇଛନ୍ତି, ଅନ୍ୟପଟେ ଅନେକ ନାମୀଦାମୀ ଖେଳାଳି ଅନସୋଲ୍ଡ ରହିଯାଇଛନ୍ତି ଯେଉଁମାନଙ୍କୁ କିଣିବା ପାଇଁ ପ୍ରାଞ୍ଚାଇଜ ଆଗ୍ରହ ପ୍ରକାଶ କରି ନାହାନ୍ତି ।

IPL 2026 Mini Auction: Likely to Be Held on December 15, 2025, in Mumbai |  ScoreWaves

ଏହି କ୍ରମରେ ଦମଦାର ଫର୍ମରେ ଥିବା ଭାରତୀୟ ବ୍ୟାଟର ସରଫରାଜ ଖାନ୍ ମଧ୍ୟ ବିକ୍ରି ହୋଇ ନାହାନ୍ତି । ପୃଥ୍ୱୀ ଶା ବି ଏହି ତାଲିକାରୁ ବାଦ୍ ପଡ଼ିଛନ୍ତି । ସେହିପରି ଲିଆମ୍ ଲିଭିଙ୍ଗଷ୍ଟୋନ ମିନି ନିଲାମରେ ବହୁ ଟଙ୍କାରେ ବିକ୍ରି ହେବେ ବୋଲି ଅନୁମାନ କରାଯାଉଥିଲା କିନ୍ତୁ ତାହା ଭୁଲ୍ ସାବ୍ୟସ୍ତ ହୋଇଛି । ମିନି ନିଲାମର ପ୍ରଥମ ରାଉଣ୍ଡରେ ଲିଭିଙ୍ଗଷ୍ଟୋନଙ୍କୁ କିଣିବା ପାଇଁ କୌଣସି ଦଳ ଆଗ୍ରହ ପ୍ରକାଶ କରିନାହାନ୍ତି । ଡେଭନ କନୱେ, ରଚିନ ରବିନ୍ଦ୍ର ଏବଂ ଇଂଲଣ୍ଡର କିମ୍ବଦନ୍ତୀ ବ୍ୟାଟର ଜନି ବେୟାରଷ୍ଟୋ ମଧ୍ୟ ବିକ୍ରି ହୋଇନଥିଲେ।

R Ashwin Predicts these 2 Player To Be Costliest Buy Of IPL 2026 Mini  Auction both from Australia आर अश्विन ने IPL 2026 के मिनी ऑक्शन को लेकर  किया प्रिडिक्शन, बताया कौन

Related posts

ଫାଇନାଲରେ CSKର ଗ୍ରାଣ୍ଡ ଏଣ୍ଟ୍ରି

Odisha Sports Bureau

ଭାରତ ଓ ଦକ୍ଷିଣ ଆଫ୍ରିକା ଟି- ଟ୍ୱେଣ୍ଟି ମ୍ୟାଚ: ଖେଳ ଦେଖିବାକୁ ମୁଖ୍ୟମନ୍ତ୍ରୀ କିଣିଲେ ପ୍ରଥମ ଟିକେଟ

ଆଇସିସି କ୍ରିକେଟର ଅଫ୍ ଦି ଇୟର ହୋଇଛନ୍ତି ଯଶପ୍ରୀତ ବୁମରା

Odisha Sports Bureau