Cricket

ଭାରତର ବଡ ହାର୍, ଏକା ଲଢିଲେ କୋହଲି, ଗିଲ୍ ସୁପର୍ ଫ୍ଲପ୍

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଭାରତକୁ ୪୧ ରନରେ ପରାସ୍ତ କରିଛି ନ୍ୟୁଜଲ୍ୟାଣ୍ଡ । ଶେଷ ପର୍ଯ୍ୟନ୍ତ ଅନେକ ଚେଷ୍ଟା ପରେ ବି ଜିତିପାରିନଥିଲା ଭାରତୀୟ ଦଳ । ୭ଥର ଦିନିକିଆରେ ଜିତିଥିବା ଭାରତ ପ୍ରଥମ ଥର ପରାସ୍ତ ହୋଇଛି । ସେହିପରି ଭାରତରେ ଆଜି ପର୍ଯ୍ୟନ୍ତ ଦିନିକିଆ ଜିତିନଥିବା ନ୍ୟୁଜିଲ୍ୟାଣ୍ଡ ଏଥର ୪ରବରେ ବଡ଼ ବିଜୟ ହାସଲ କରିଛି ।

ଇନ୍ଦୋର ହୋଲକର ଷ୍ଟାଡିୟମରେ ରବିବାର ବିରାଟ କୋହଲିଙ୍କ ଦମ୍‌ଦାର ଶତକ ସତ୍ତ୍ୱେ ଭାରତ ୪୧ ରନରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଛି। ଡାରଲି ମିଚେଲ ଓ ଗ୍ଲେନ ଫିଲିପ୍ସଙ୍କ ଶତକ ବଳରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ ହରାଇ ୩୩୭ ରନ୍‌ କରିଥିଲା। ଜବାବରେ କୋହଲିଙ୍କ ଶତକ ସତ୍ତ୍ୱେ ଭାରତ ୪୬ ଓଭରରେ ୨୯୬ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଏହି ବିଜୟ ସହ ନ୍ୟୁଜିଲାଣ୍ଡ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌କୁ ୨-୧ରେ ଜିତି ନେଇଛି। ଭାରତ ମାଟିରେ ଏହା ନ୍ୟୁଜିଲାଣ୍ଡ ପାଇଁ ପ୍ରଥମ ଦିନିକିଆ ସିରିଜ୍‌ ବିଜୟ।

ଭାରତର ଓପନିଂ ସେତେଟା ଭଲ ହୋଇନଥିଲା । ଆରମ୍ଭରୁ ରୋହିତ ଶର୍ମା ୧୧ ରନି କରି ପାଭିଲିୟନ୍ ଫେରିଥିଲେ । ସେହିପରି ଗିଲ୍ ମଧ୍ୟ ଭଲ ପ୍ରଦର୍ଶନ କରିପାରିନଥିଲେ । ମାତ୍ର ୨୩ ରନ୍ କରି ସେ ପାଭିଲିୟନ ଫେରିଥିଲେ । ସର୍ବାଧିକ ସ୍କୋର କରି ବିରାଟ୍ ରେକର୍ଡ କରିଥିଲେ । ବିରାଟ ସର୍ବାଧିକ ୧୨୪ ରନ୍ କରିଥିଲେ । ସେହିପରି ନିତିଶ୍ କୁମାର ରେଡ଼ି ଏବଂ ହରଶିତ୍ ରାଣା ଅର୍ଦ୍ଧ ଶତକ କରିଥିଲେ । ନିତିଶ୍ ୫୩ ରନ୍ କରିଥିବା ବେଳେ ହରଶିତ ୫୨ ରନ୍ କରିଥିଲେ ।

Related posts

ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳାରୁ ଧାୱନ୍‌ ଓ ପନ୍ତ୍‌ ବାଦ୍‌

Odisha Sports Bureau

ଦଳର ନାମ ପରିବର୍ତ୍ତନ କରିଛନ୍ତି ସନରାଇଜର୍ସ ହାଇଦ୍ରାବାଦର ମାଲିକାଣୀ କାଭ୍ୟା ମାରାନ

Odisha Sports Bureau

ଆଇପିଏଲ ୨୦୨୦ ଅନ୍ରିକ୍ ନର୍ଖିୟା ଶ୍ରେଷ୍ଠ ଦ୍ରୁତତମ ବୋଲର ଭାବେ ବିବେଚିତ

Odisha Sports Bureau