Cricket

୭ ବର୍ଷ ପରେ ଘରମୂହାଁ ହେବ ଫଟାଫଟ କ୍ରିକେଟର ମହାସମର ଟ୍ୱେଣ୍ଟି-୨୦ ବିଶ୍ୱକପ ୨୦୨୧

ଦୁବାଇ: ଦୀର୍ଘ ୭ ବର୍ଷ ପରେ ଘରମୂହାଁ ହେବ ଫଟାଫଟ କ୍ରିକେଟର ମହାସମର ଟ୍ୱେଣ୍ଟି-୨୦ ବିଶ୍ୱକପ । ଆଲେକର ପର୍ବ ଦୀପାବଳି ପୂର୍ବରୁ ଆଇସିସିର ଏପରି ଘୋଷଣା ଉତ୍ସବର ମଜାକୁ ଦୁଇଗୁଣିତ କରିଦେଇଛି । ଏହି ଘୋଷଣା ପରେ ବିଶ୍ୱକପର ଅୟୋଯନ ସକାସେ ବିସିସିଆଇ ତାର କାଉଣ୍ଟଡାଉନ ଆରମ୍ଭ କରିଦେଇଛି । ଆନୁଷ୍ଠାନିକ ଭାବେ କାଉଣ୍ଟଡାଉନ ଆରମ୍ଭ ହେବାକୁ ଥିବା ବେଳେ ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲିଙ୍କ ଉପସ୍ଥିତିରେ ବିଶ୍ୱକପରେ ଭାଗ ନେଉଥିବା ୧୬ ଟି ଦଳ ଗୁଡ଼ିକର ବ୍ରାଣ୍ଡିଂ ପ୍ରକ୍ରିୟା ଆରମ୍ଭ କରାଯାଇଛି ।

ଏହି ଅବସରରେ ଗାଙ୍ଗୁଲି ଓ ବିସିସିଆଇ ସମ୍ପାଦକ ଜୟ ଶାହ କହିଛନ୍ତି ଫଟାଫଟ କ୍ରିକେଟର ମହାସମର ଭାରତକୁ ଫେରିଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି , ଭାରତ ସବୁଥର ଭଳି ଏଥର ବି ବିଶ୍ୱକପକୁ ସଫଳତାର ସହ ଆୟୋଜନ କରି ଖେଳାଳିମାଙ୍କ ସବୁ ପ୍ରକାର ସୁବିଧା ସହଯୋଗ କରିବାରେ କୌଣସି ପ୍ରକାର ତୃଟି ରଖିବନି ।

ସୂଚନାଯୋଗ୍ୟ ଯେ ଟ୍ବେଣ୍ଟି-୨୦ ବିଶ୍ବକପ୍ ୨୦୨୧ରେ ୧୬ ଦଳ ଅଂଶ ଗ୍ରହଣ କରିବେ। ସେମାନେ ହେଲେ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଭାରତ, ଆୟର୍ଲାଣ୍ଡ, ନାମିବ୍ୟା, ନେଦରଲାଣ୍ଡ୍ସ, ନ୍ୟୁଜିଲାଣ୍ଡ, ଓମାନ, ପାକିସ୍ତାନ, ପାପୁଆ ନ୍ୟୁ ଗିନି, ସ୍କଟଲାଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଏବଂ ୱେଷ୍ଟଇଣ୍ଡିଜ୍। ଫଟାଫଟ୍ କ୍ରିକେଟ୍ ବିଶ୍ବକପର ୨୦୨୧ ସଂସ୍କରଣ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ପର୍ୟ୍ୟନ୍ତ ଖେଳାଯିବାର ଅଛି।

Related posts

ରୋହିତ ଶର୍ମାଙ୍କୁ ବଡ଼ ଦାୟିତ୍ବ ଦେଇଛନ୍ତି ଆଇସିସି ଅଧ୍ୟକ୍ଷ ଜୟ ଶାହ

Odisha Sports Bureau

ଆଜି ହାଇଦରାବାଦ-ଚେନ୍ନଇ ମଧ୍ୟରେ ମୁକାବିଲା

Odisha Sports Bureau

ଆଇପିଏଲ୍ ର ୧୨ତମ ସଂସ୍କରଣରେ ଫାଷ୍ଟ୍ ବୋଲରମାନେ ଖେଳିବେନି, ବିସିସିଆଇକୁ ପ୍ରସ୍ତାବ ଦେଇଛନ୍ତି ବିରାଟ କୋହଲି

Odisha Sports Bureau