Cricket

ମୁହଁ ଖୋଲିଲେ ବାଂଲାଦେଶ ଅଧିନାୟକ

ଦିନକୁ ଦିନ ଭାରତ ଏବଂ ବାଂଲାଦେଶ ମଧ୍ୟରେ ବଢୁଥିବା ତିକ୍ତତା ଏବେ କ୍ରିକେଟ୍ ଷ୍ଟାଡିୟମରେ ପହଁଚି ସାରିଛି । ଆଇପିଏଲରୁ ମୁସ୍ତାଫିଜୁର ରେହମାନଙ୍କୁ ବିଦା କରାଯିବା ପରେ ରାଗରେ ରକ୍ତ ଚାଉଳ ଚୋବାଉଛି ବାଂଲାଦେଶ କ୍ରିକେଟ ବୋର୍ଡ । ଆଗାମୀ ଟି୨୦ ବିଶ୍ବକପ୍ କ୍ରିକେଟରେ ବାଂଲାଦେଶର ଅଂଶଗ୍ରହଣ ନେଇ ଏବେ ବି ଅନିଶ୍ଚିତତା ଲାଗି ରହିଥିବାବେଳେ ଦଳର ଅଧିନାୟକ ଲିଟନ ଦାସଙ୍କ ଏକ ବୟାନ ଏହି ଅନିଶ୍ଚିତତାକୁ ବଢାଇଦେଇଛି । ଦଳର ବିଶ୍ବକପ୍ ପ୍ରସ୍ତୁତିକୁ ନେଇ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ସତରେ କଣ ଆମେ ବିଶ୍ବକପ୍ ଖେଳିବୁ ?

Bangladesh Captain Litton Das Worried Over T20 World Cup Participation:  'Are You Sure We Are Going?' | Cricket News - News18

ସେ କହିଛନ୍ତି ଯେ, ଏହି ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ଦେବା ତାଙ୍କ ପାଇଁ ସୁରକ୍ଷିତ ନୁହେଁ । ଏହାସହ ଏବେବି ଦଳ ଭାରତରେ ଖେଳିବ ନା ନାହିଁ ସେନେଇ ଅନିଶ୍ଚିତତା ଲାଗି ରହିଥିବା ନେଇ ସେ ସଙ୍କେତ ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ସାରା ଦେଶ ଏ ପ୍ରସଙ୍ଗରେ କିଛି ସ୍ପଷ୍ଟତା ପାଇନାହିଁ । ଏହାବାଦ୍ ସେ  ଆଉ କିଛି କହିଲେ ଠିକ୍ ହେବନାହିଁ ବୋଲି ପ୍ରକାଶ କରିଛନ୍ତି ।

Bangladesh Captain Litton Das Flags Player Uncertainty Amid T20 World Cup  2026 Standoff - Pragativadi I Latest Odisha News in English I Breaking News

Related posts

୧୭ ବର୍ଷ ପରେ ଭାରତ ଆୟୋଜନ କରୁଛି ଟୁର୍ଣ୍ଣାମେଣ୍ଟ, ପଦକ ହାସଲ ଲକ୍ଷରେ ସିନ୍ଧୁ

Odisha Sports Bureau

ଇଂଲଣ୍ଡ କ୍ରିକେଟ୍ ବୋର୍ଡର ବଡ ନିଷ୍ପତ୍ତି; ପୁରୁଷ ଖେଳାଳିଙ୍କ ପରି ମହିଳା ଖେଳାଳିମାନେ ମଧ୍ୟ ପାଇବେ ସମାନ ମ୍ୟାଚ୍ ଫି

Odisha Sports Bureau

୧ ରନ୍ ଏବଂ ୩ ୱିକେଟ୍… ଆଇପିଏଲ ଡେବ୍ୟୁରେ ପ୍ରଫୁଲ ହିଙ୍ଗଙ୍କ ଘାତକ ବୋଲିଂ…

Odisha Sports Bureau