Cricket

ଭାଇରାଲ୍ ଭିଡ଼ିଓ ଦେଖି ସମସ୍ତେ ତାଜୁବ୍, ସୁରକ୍ଷା ଭାଙ୍ଗି ରୋହିତଙ୍କ ହାତ ଧରିଦେଲେ ମହିଳା

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ଏକ ଭିଡିଓ ଏବେ ଖୁବ୍ ଭାଇରାଲ୍ ହେଉଛି, ଯେଉଁଥିରେ ଜଣେ ମହିଳା କଡ଼ା ସୁରକ୍ଷାକୁ ଭାଙ୍ଗି ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ୍ ରୋହିତ ଶର୍ମାଙ୍କ ପାଖରେ ପହଞ୍ଚୁଥିବା ଦେଖାଯାଇଛି। ଏହି ଘଟଣା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହୋଇଥିବା ତୃତୀୟ ODI ମ୍ୟାଚ୍ ସମୟରେ ଘଟିଥିଲା। ଭିଡିଓରେ ମହିଳା ଜଣକ ହଠାତ୍ ରୋହିତ ଶର୍ମାଙ୍କ ହାତ ଧରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି।ପ୍ରଥମେ ଏହାକୁ ଫ୍ୟାନ୍‌ଙ୍କ ଅତିରିକ୍ତ ଉତ୍ସାହ ଭାବେ ଦେଖାଯାଇଥିଲେ ମଧ୍ୟ, ଏହାର ପଛରେ ଥିବା କାହାଣୀ ଅତ୍ୟନ୍ତ ଦୁଃଖଦ ଓ ହୃଦୟବିଦାରକ ଥିବା ନେଇ ମିଡିଆ ରିପୋର୍ଟ୍‌ରୁ ଜଣାପଡ଼ିଛି।

ରିପୋର୍ଟ୍ ଅନୁସାରେ, ମହିଳାଙ୍କ ନାମ ସରିତା ଶର୍ମା। ସେ କହିଛନ୍ତି ଯେ, ତାଙ୍କ ଝିଅ ଅନିକା ଗୋଟିଏ ଗୁରୁତର ରୋଗରେ ପୀଡ଼ିତ। ଝିଅର ଜୀବନ ବଞ୍ଚାଇବା ପାଇଁ ୯ କୋଟି ଟଙ୍କା ମୂଲ୍ୟର ଗୋଟିଏ ଇଞ୍ଜେକ୍ସନ୍ ଆବଶ୍ୟକ, ଯାହା ଆମେରିକାରୁ ଆଣିବାକୁ ପଡ଼ିବ । ସରିତା କହିଛନ୍ତି ଯେ, ବିଭିନ୍ନ କ୍ୟାମ୍ପ ଓ ସାହାଯ୍ୟ ମାଧ୍ୟମରେ ସେ ଏପର୍ଯ୍ୟନ୍ତ ୪.୧ କୋଟି ଟଙ୍କା ସଂଗ୍ରହ କରିପାରିଛନ୍ତି। ସମୟ ଦ୍ରୁତ ଭାବେ ଗଡ଼ୁଥିବାରୁ ସରିତା କ୍ରିକେଟରମାନଙ୍କୁ ଭେଟି ସାହାଯ୍ୟ ଆଶା ରଖିଥିଲେ। ସେ କହିଛନ୍ତି ଯେ, କ୍ରିକେଟରମାନେ ପ୍ରାୟ ସମୟରେ ଅସୁସ୍ଥ ଶିଶୁମାନଙ୍କୁ ସାହାଯ୍ୟ କରୁଥିବାରୁ ସେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଭେଟିବା ପାଇଁ ଚେଷ୍ଟା କରିଥିଲେ। ସରିତା ଏହା ମଧ୍ୟ କହିଛନ୍ତି ଯେ, ଝିଅର ଅବସ୍ଥା ଦେଖି ସେ ଭାବାବେଗରେ ଆସି ରୋହିତ ଶର୍ମାଙ୍କ ହାତ ଧରି ନେଇଥିଲେ। ଏହି କାର୍ଯ୍ୟ ପାଇଁ ସେ ଖୋଲାମନେ କ୍ଷମା ମାଗିଛନ୍ତି ଏବଂ ରୋହିତ ଶର୍ମା ସହିତ ବିରାଟ କୋହଲିଙ୍କୁ ଝିଅର ଚିକିତ୍ସା ପାଇଁ ସାହାଯ୍ୟର ଅନୁରୋଧ କରିଛନ୍ତି।

Related posts

ଏସିଆ କପ୍‌ : ରବିବାର ଭାରତ-ପାକ୍‌ ଲଢ଼େଇ

Odisha Sports Bureau

ଦକ୍ଷିଣ ଆଫ୍ରିକା ପାଇଁ ବୋଝ ପାଲଟିଲେ ଅଧିନାୟକ ବଭୁମା;ସମଗ୍ର ଟୁର୍ନାମେଣ୍ଟରେ ହାସଲ କରିପାରିଲେ ନାହିଁ ଅର୍ଦ୍ଧଶତକ

Odisha Sports Bureau

ବାବର ଆଜମଙ୍କ ସୋସିଆଲ୍ ମିଡିଆରେ ଭାଇରାଲ ହେଲା ବ୍ୟକ୍ତିଗତ ଫଟୋ

Odisha Sports Bureau