Cricket

ଇଶାନ–ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ଇନିଂସ୍, ନ୍ୟୁଜିଲାଣ୍ଡ୍‌କୁ ହରାଇ ୨–୦ରେ ଆଗୁଆ ଭାରତ

ରାୟପୁର: ରାୟପୁରରେ ଇଶାନ କିଶନ ଓ ସୂର୍ଯ୍ୟକୁମାର ଯାଦବଙ୍କ ଶତକୀୟ ଭାଗୀଦାରି ବଳରେ ଭାରତ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ଆଉ ଏକ ଜବରଦସ୍ତ ବିଜୟ ହାସଲ କରିଛି। ୫ ମ୍ୟାଚ୍‌ ଶୃଙ୍ଖଳାରେ ଭାରତ ୨–୦ରେ ଆଗୁଆ ହୋଇଛି। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ୍‌ ୨୦ ଓଭରରେ ୬ ୱିକେଟ ହରାଇ ୨୦୮ ରନ୍ କରିଥିଲା। ଲକ୍ଷ୍ୟ ୨୦୯ ରନ୍‌କୁ ଭାରତ ୨୮ ବଲ ବାକି ଥାଇ ସହଜରେ ପୂରଣ କରିଥିଲା। ଇଶାନ କିଶନ ୭୬ ଓ ସୂର୍ଯ୍ୟକୁମାର ଯାଦବ ୮୨ ରନର ବିସ୍ଫୋରକ ପାଳି ଖେଳିଥିଲେ। ବିଶ୍ବକପ୍‌ ପୂର୍ବରୁ ଏହି ବିଜୟ ଭାରତୀୟ ଦଳର ଆତ୍ମବିଶ୍ବାସକୁ ଆହୁରି ମଜବୁତ କରିଛି।

ଟସ୍‌ ଜିତି ସୂର୍ଯ୍ୟକୁମାର ଯାଦବ ନ୍ୟୁଜିଲାଣ୍ଡ୍‌କୁ ବ୍ୟାଟିଂ ପାଇଁ ଡାକିଥିଲେ। ପ୍ରଥମ ମଇଦାନକୁ ଓହ୍ଲାଇଥିବା କିଓ୍ବି ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୨୦୮ ରନ୍ କରିଛି। ନ୍ୟୁଜିଲାଣ୍ଡ ପକ୍ଷରୁ ମିଚେନ ସାଣ୍ଟନର ସର୍ବାଧିକ ୪୭ ରନ୍ କରିଥିବା ବେଳେ, ରଚିନ ରବିନ୍ଦ୍ରନ ୪୪ ରନ୍, ଟିମ୍ ସେଫର୍ଟ ୨୪, ଡେଭନ୍ କନଓ୍ବେ ୧୯, ଗ୍ଳେନ୍ ଫିଲିପ୍ସ ୧୯, ଡାରିଲ ମିଚେଲ ୧୮, ଜାକାରି ଫୁଲକର୍ସ ୧୫ ଏବଂ ମାର୍କ ଚାମ୍ପମାନ ୧୦ ରନ୍ କରିଥିଲେ। ତେବେ ଭାରତ ପକ୍ଷରୁ ବୋଲିଂରେ କୁଲଦିବ ଯାଦବ ୨ଟି ଓ୍ବିକେଟ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତି ଏବଂ ଶିବମ ଦୁବେ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ। ଭାରତ ଆଗରେ ୨୦୯ ରନର ଲକ୍ଷ୍ୟ ରହିଥିବାବେଳେ ୨୮ ବଲ ବାକି ଥାଇ ଭାରତ ଏହାକୁ ପୂରଣ କରିଛି । ପ୍ରଥମରୁ ଭାରତକୁ ଝଟକା ଲାଗିଥିଲା । ସଞ୍ଜୁ ସାମସନ ମାତ୍ର ୫ ରନ ଏବଂ ଅଭିଶେକ ଶର୍ମା ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ । ମାତ୍ର ପରେ ଇଶାନ କିଶନ ୩୨ ବଲରେ ୭୬ ରନ କରିଥିବାବେଳେ ସୂର୍ଯ୍ୟକୁମାର ଯାଦବ ୩୭ ବଲରେ ୮୨ କରିଥିଲେ । ଇଶାନ କିଶାନଙ୍କ ପରେ ଶିଭମ ଦୁବେ ୧୮ ବଲରୁ ୩୬ ରନର ପାଳି ଖେଳିଥିଲେ । ଫଳରେ ଭାରତ ୨୮ ବଲ ପୂର୍ବରୁ ମ୍ୟାଚକୁ ଜିତି ନେଇଛି ।

Related posts

ଆଇସିସି ରାକିଙ୍ଗରେ ରାହୁଲଙ୍କ ଲମ୍ବ ଡିଆଁ

Odisha Sports Bureau

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଟି-ଟ୍ୱେଣ୍ଟି

Odisha Sports Bureau

ଡେଭିଡ ୱାର୍ଣ୍ଣରଙ୍କୁ ବ୍ଲକ କଲା କାବ୍ୟା ମାରସନ ଟିମ

Odisha Sports Bureau