Cricket

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଟି-ଟ୍ୱେଣ୍ଟି

ନୂଆଦିଲ୍ଲୀ: ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଟି-ଟ୍ୱେଣ୍ଟି । ଏପଟେ ଶ୍ରୀଲଙ୍କା ପାଇଁ ଏହି ମ୍ୟାଚ୍ ଜିତିବା ନିହାତି ଜରୁରୀ ହୋଇ ପଡିଥିବା ବେଳେ,ଭାରତ ପ୍ରଥମ ମ୍ୟାଚ ୬୨ ରନ୍‌ରେ ଜିତିବାପରେ ସିରିଜ କୁ ଜିତିବାକୁ ମୂଳ ଲକ୍ଷ କରି ମଇଦାନ କୁ ଓହ୍ଲାଇବ । ବର୍ତ୍ତମାନ ଟିମ୍ ଇଣ୍ଡିଆ ଲଗାତାର ୧୦ଟି ମ୍ୟାଚ୍ ଅପରାଜୟ ରହିଛି । ତଥାପି ଶ୍ରୀଲଙ୍କା ଟିମ୍ ଭାରତୀୟ ଦଳର ବିଜୟର ଧାରାରେ ବ୍ରେକ ଲଗାଇବାକୁ ଚେଷ୍ଟା କରିବ । ଆଜି ସନ୍ଧ୍ୟା ୭ରୁ ଏହି ମ୍ୟାଚ୍ ଆରମ୍ଭ ହେବାକୁ ଯାଉଛି ।
ଗତ ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ସିରିଜରେ ନିରାଶ କରିଥିବା ଯୁବ ଓପନର ଈଶାନ କିଷନ ପ୍ରଥମ ମ୍ୟାଚ୍ରେ ଧୂଆଁଧାର ଅର୍ଦ୍ଧଶତକୀୟ ଇନିଂସ୍ ଖେଳି ଫର୍ମକୁ ଫେରିଥିବାବେଳେ ୩ନଂ ସ୍ଥାନରେ ଶ୍ରେୟାସ ଆୟର ଅପରାଜିତ ୫୭ରନ୍ କରିଥିଲେ । ରୋହିତ ଶର୍ମା ଈଶାନ କିଷନ ୧୧୧ ରନର ଭାଗିଦାରିତାରେ ମ୍ୟାଚକୁ ଆଗକୁ ନେଇଥିଲେ। ଚହଲଙ୍କ ସ୍ଥାନରେ କୁଲଦୀପ ଯାଦବ ଖେଳିପାରନ୍ତି। ଆଜିର ମ୍ୟାଚରେ ରବିନ୍ଦ୍ର ଜାଡେଜାଙ୍କ ଉପରେ ନଜର ରହିବ।

Related posts

ସୌରଭ ଗାଙ୍ଗୁଲୀଙ୍କୁ ଜେଡ୍ ସୁରକ୍ଷା

ସହିଦଙ୍କ ନାମରେ ଆଇପିଏଲ୨୦୧୯ର ଉଦଘାଟନୀ ସମାରୋହ

Odisha Sports Bureau

କୋଲକାତା ଟେଷ୍ଟରେ ଟିମ୍ ଇଣ୍ଡିଆର ଲଜ୍ଜାଜନକ ପରାଜୟର 5ଟି ପ୍ରମୁଖ କାରଣ

Odisha Sports Bureau