Cricket

ପୁଣି ନାଚିଲେ ଇରଫାନ ପଠାନ,

ବ୍ୟୁରୋ: ଚଳିତ ବର୍ଷ ବିଶ୍ୱକପରେ ପ୍ରଥମେ ପାକିସ୍ତାନ ଏବଂ ପରେ ଶ୍ରୀଲଙ୍କାକୁ ପରାସ୍ତ କରିଛି ଆଫଗାନିସ୍ତାନ । ୨୪୨ ରନ୍ ର ବିଜୟ ଲକ୍ଷ୍ୟକୁ ମାତ୍ର ୩ ୱିକେଟ ବିନିମୟରେ ହାସଲ କରି ନେଇଛି ଆଫଗାନିସ୍ତାନ । ଏହାପରେ ଖୁସିରେ ନାଚିଛନ୍ତି ଇରଫାନ ପଠାନ । ଏଥର କିନ୍ତୁ ହରଭଜନ ସିଂଙ୍କ ସହିତ ନାଚୁଥିବା ନଜରକୁ ଆସିଛନ୍ତି । ପାକିସ୍ତାନ ବିପକ୍ଷରେ ଅଫଗାନିସ୍ତାନ ଜିତିଥିବା ପରେ ପଡିଆରେ ନାଚିଥିବା ବେଳେ ଏବେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ ଜିତିବା ପରେ ଷ୍ଟୁଡିଓରେ ଡ୍ୟାନ୍ସ କରିଛନ୍ତି ଇରଫାନ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି । ଭାରତ ସହିତ ଆଫଗାନିସ୍ତାନ କ୍ରିକେଟ ନିବିଡ ସଂପର୍କ ରହିଛି । ଆଫଗାନିସ୍ତାନ କ୍ରିକେଟକୁ ସୁଧାରିବା, ଉନ୍ନତ କରିବାରେ ଭାରତର ବଡ ହାତ ରହିଛି । ଆଫଗାନିସ୍ତାନ ଟିମର ମେଣ୍ଟର ଅଜୟ ଜାଡେଜା ରହିଛନ୍ତି । ଆଉ ଅଜୟ ଜାଡେଜାଙ୍କ ତତ୍ତ୍ୱାବଧାନରେ ଟିମ ଏଭଳି କରିବା ପରେ ଇରଫାନ ପଠାନ ଏବଂ ହରଭଜନ ସିଂ ନାଚି ଉଠିଛନ୍ତି । ଭାଇରଲ ହେଉଥିବା ଭିଡିଓରେ ଇରଫାନ ଏବଂ ହରିଭଜନ ଭାଙ୍ଗଡା ନାଚୁଥିବାର ଦେଖିବାକୁ ମିଳିଛନ୍ତି । ପାକିସ୍ତାନ ବିପକ୍ଷରେ ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ପୂର୍ବତନ ଭାରତୀୟ ଅଲରାଉଣ୍ଡର ଇରଫାନ ପଠାନ ବହୁତ ଖୁସିଥିବା ନଜର ଆସିଆସିଥିଲେ । ମ୍ୟାଚ ପରେ ଇରଫାନ ଆଫଗାନିସ୍ତାନର ଲେଗ ସ୍ପିନର ରାଶିଦ ଖାନଙ୍କ ସହିତ ଭାଙ୍ଗଡା ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ

 

Related posts

ଅଷ୍ଟ୍ରେଲିଆ ବାହିନୀ ଆଗରେ ୩୯୯ରନର ବିଜୟ ଲକ୍ଷ୍ୟ

Odisha Sports Bureau

ଭାରତ ବିପକ୍ଷ ମ୍ୟାଚ ପୂର୍ବରୁ ବାବର ଆଜମଙ୍କ ଚେତାବନୀ

Odisha Sports Bureau

ନୂଆ ଇତିହାସ ସୃଷ୍ଟି କଲେ ଈଶାନ କିଶାନ

Odisha Sports Bureau